ଭୁବନେଶ୍ୱର, 17ସେପ୍ଟେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟ ବିଜେପି
ଅନେକ କାର୍ଯ୍ୟକ୍ରମ ଆୟୋଜିତ କରିବ । ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦଳ ପକ୍ଷରୁ ସକାଳ ୭.୩୦ ଘଟିକା : ସ୍ୱଚ୍ଛ ଭାରତ
ଅଭିଯାନ କାର୍ଯ୍ୟକ୍ରମ : ସିଟି ବସଷ୍ଟାଣ୍ଡ (ମାଷ୍ଟର କ୍ୟାଂଟିନ ପଟ ରେଳ ଷ୍ଟେସନ ନିକଟ)ରେ
ଆୟୋଜିତ ହେବ। ସେହିପରି . ସକାଳ ୮ ଘଟିକା: ‘ମା ପାଇଁ ଗଛଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକାମ୍ର କଲେଜ ପରିସର, ଓଲ୍ଡ ଟାଉନ, ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ରାଜ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱର ସକାଳ ୯ ଘଟିକାରେ ରକ୍ତଦାନ ଶିବିର ଆୟୋଜିତ
ହେବ । ରାଜ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୨.୩୦ ଘଟିକା: ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନ
ଉପରେ ଆଧାରିତ ପ୍ରଦର୍ଶନୀ ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମଗୁଡିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଙ୍କ ସମେତ
ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ