ଭାରତୀୟ ସେନା ରାମବନରେ କଲେ ୧୫୦ ଫୁଟ୍‌ର ଦୁଇ ମହଲା ଅତିରିକ୍ତ ଚୌଡ଼ା ବେଲୀ ବ୍ରିଜ୍‌
ରାମବନ, ୧୭ ସେପ୍ଟେମ୍ବର(ହି.ସ.) – ନିକଟରେ ହୋଇଥିବା ଲଗାତାର ବର୍ଷା କାରଣରୁ ରିୟାସୀର ରାମବନ କ୍ଷେତ୍ରରେ କରୋଲ ମୈତ୍ରା ମାର୍ଗର ଏକ ମହତ୍ୱପୂର୍ଣ୍ଣ ଅଂଶ ଭାସିଯାଇଛି। ଏହାପରେ ସେନାର ହ୍ୱାଇଟ୍ ନାଇଟ୍ କୋର୍‌ର ଇଞ୍ଜିନିୟର ସୈନିକମାନେ ରାମବନର ମେତ୍ରାରେ ୧୫୦ ଫୁଟ୍‌ର ଦୁଇ ମହଲା ଅତିରିକ୍ତ ଚୌଡ଼ା ବେଲି ବ୍
ଭାରତୀୟ ସେନା ରାମବନରେ କଲେ ୧୫୦ ଫୁଟ୍‌ର ଦୁଇ ମହଲା ଅତିରିକ୍ତ ଚୌଡ଼ା ବେଲୀ ବ୍ରିଜ୍‌


ରାମବନ, ୧୭ ସେପ୍ଟେମ୍ବର(ହି.ସ.) – ନିକଟରେ ହୋଇଥିବା ଲଗାତାର ବର୍ଷା କାରଣରୁ ରିୟାସୀର ରାମବନ କ୍ଷେତ୍ରରେ କରୋଲ ମୈତ୍ରା ମାର୍ଗର ଏକ ମହତ୍ୱପୂର୍ଣ୍ଣ ଅଂଶ ଭାସିଯାଇଛି। ଏହାପରେ ସେନାର ହ୍ୱାଇଟ୍ ନାଇଟ୍ କୋର୍‌ର ଇଞ୍ଜିନିୟର ସୈନିକମାନେ ରାମବନର ମେତ୍ରାରେ ୧୫୦ ଫୁଟ୍‌ର ଦୁଇ ମହଲା ଅତିରିକ୍ତ ଚୌଡ଼ା ବେଲି ବ୍ରିଜର ନିର୍ମାଣ ପୁରା କରିଛି। ଏନ୍‌ଏଚ୍‌ଏଆଇ ଏବଂ ନାଗରିକ ଅଧିକାରୀଙ୍କ ସହଯୋଗରେ ତିଆରି ଏହି ବ୍ରିଜ୍‌ରୁ ରାମବନରେ ସଡ଼କ କନେକ୍ଟିଭିଟି ହେବ।

ହ୍ୱାଇଟ୍ ନାଇଟ କୋର୍ କହିଛନ୍ତି ଯେ ଏହି ପୁଲ୍ ଆବଶ୍ୟକ ଆପୂର୍ତି, ଆପାତକାଳୀନ ସେବା ଏବଂ ସ୍ଥାନୀୟ ଯାତାୟାତ ସୁଚାରୁ ଆବାଗମନକୁ ସୁନିଶ୍ଚିତ କରି ମହତ୍ୱପୂର୍ଣ୍ଣ ସମ୍ପର୍କ ଲିଙ୍କ୍‌କୁ ବହାଲ କରିବ। ନାଗରିକ ପ୍ରଶାସନ ସହିତ ମିଶି ଆବଶ୍ୟକ ସତ୍ୟାପନ ପରେ ପୁଲ୍‌କୁ ଖୋଲିଦିଆ ଯିବ। ସେନା ପୁଲ୍‌ର ନିର୍ମାଣ ସହିତ ଦୂରଦୂରାନ୍ତ ସ୍ଥାନରେ ସମୟରେ ଚିକିତ୍ସା, ପଶୁ ଚିକିତ୍ସା ଏବଂ ଖାଦ୍ୟ ଆପୂର୍ତି ପ୍ରଦାନ କରିଛି। ଏହି ଅବସରରେ ୫୦୦୦ରୁ ମଧ୍ୟ ଅଧିକ ଲୋକଙ୍କୁ ଆଶ୍ୱସ୍ତୀ ପ୍ରଦାନ କରାଯାଇଛି ଏବଂ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ଦୂରଦୂରାନ୍ତ ଗାଆଁରେ କେତେକ ଚିକିତ୍ସା ଶିବିର ଆୟୋଜିତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande