କାଲିଫର୍ଣ୍ଣିଆ ବିଧାନମଣ୍ଡଳରେ ଦୀପାବଳିରେ ସରକାରୀ ଛୁଟିକୁ ହଁ, ବିଧେୟକ ପାରିତ
ସେକ୍ରାମେଂଟୋ (କାଲିଫର୍ଣ୍ଣିଆ) ଆମେରିକା, 17 ସେପ୍ଟେମ୍ବର (ହି.ସ.) - କାଲିଫର୍ଣ୍ଣିଆ ବିଧାନମଣ୍ଡଳ ଗତ ସପ୍ତାହରେ ଦୀପାବଳିରେ ସରକାରୀ ଛୁଟି ଘୋଷଣା କରୁଥିବା ବିଧେୟକ-268 ପାରିତ କରିଛି । ଗଭର୍ନର ଏହି ବିଧେୟକରେ ହସ୍ତାକ୍ଷର କରିବା ପରେ ଦୀପାବଳିକୁ ରାଜ୍ୟର ସରକାରୀ
ଦୀପାବଳି


ସେକ୍ରାମେଂଟୋ

(କାଲିଫର୍ଣ୍ଣିଆ) ଆମେରିକା, 17 ସେପ୍ଟେମ୍ବର (ହି.ସ.)

- କାଲିଫର୍ଣ୍ଣିଆ ବିଧାନମଣ୍ଡଳ ଗତ ସପ୍ତାହରେ ଦୀପାବଳିରେ ସରକାରୀ

ଛୁଟି ଘୋଷଣା କରୁଥିବା ବିଧେୟକ-268 ପାରିତ କରିଛି । ଗଭର୍ନର ଏହି ବିଧେୟକରେ ହସ୍ତାକ୍ଷର କରିବା

ପରେ ଦୀପାବଳିକୁ ରାଜ୍ୟର ସରକାରୀ ଛୁଟି ତାଲିକାରେ ସାମିଲ କରାଯିବ। ଏହିପରି ଭାବେ, ପେନ୍ସିଲଭେନିଆ ଓ କନେକ୍ଟିକଟ ପରେ କାଲିଫର୍ନିଆ ଦୀପାବଳିରେ ସରକାରୀ

ଛୁଟି ଘୋଷଣା କରିଥିବା ତୃତୀୟ ରାଜ୍ୟ ହୋଇପାରେ ।

ଲସ୍ ଏଞ୍ଜେଲେସ୍ ଟାଇମ୍ସ୍

ପତ୍ରିକାର ଖବର ଅନୁଯାୟୀ, ଏହି ବିଧେୟକ ସାମୁଦାୟିକ କଲେଜ ଓ ସର୍ବସାଧାରଣ ବିଦ୍ୟାଳୟକୁ ଦୀପାବଳି ଦିନ ବନ୍ଦ ରଖିବାର

ଅଧିକାର ଦେବ। ରାଜ୍ୟ କର୍ମଚାରୀମାନଙ୍କୁ ମଧ୍ୟ ଦୀପାବଳି ଦିନ ଛୁଟି ନେବାକୁ ବିକଳ୍ପ ଦିଆଯିବ।

ପ୍ରସ୍ତାବିତ ଆଇନ ଅନୁଯାୟୀ, କିଛି ସମୁଦାୟ କଲେଜ ଓ ସର୍ବସାଧାରଣ ବିଦ୍ୟାଳୟର କର୍ମଚାରୀଙ୍କୁ ବେତନ ସହିତ ଛୁଟି

ମିଳିପାରିବ।

କାଲିଫର୍ନିଆରେ ଏବେ 11ଟି

ସରକାରୀ ଅବକାଶ ଅଛି । ଏଥିରେ ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର ଦିବସ, ସିଜର ଚାଭେଜ୍ ଦିବସ, ଶ୍ରମିକ ଦିବସ, ଓ ପୂର୍ବ ସୈନିକ ଦିବସ ରହିଛି।

ଏହି ବିଧେୟକକୁ ଆଇନ ରୂପ ଦେବା

ପାଇଁ ଗଭର୍ନର ଗେଭିନ୍ ନ୍ୟୁସମଙ୍କୁ 12 ଅକ୍ଟୋବର ପୂର୍ବରୁ ଏଥିରେ ହସ୍ତାକ୍ଷର କରିବା ଦରକାର।

ଏହି ବିଧେୟକ ଆଗତ କରିଥିବା ଆସେମ୍ବ୍ଲି ସଦସ୍ୟ ଏଶ୍ କାଲରା (ଡେମୋକ୍ରାଟ - ସାନ୍ ଜୋସ)

କହିଛନ୍ତି – ଦୀପାବଳିକୁ

ଔପଚାରିକ ସରକାରୀ ଛୁଟି ଭାବେ ଘୋଷଣା କରିବା ଦ୍ୱାରା କେବଳ ଏହି ପାର୍ବଣର ଧାର୍ମିକ ଓ ଐତିହାସିକ

ଗୁରୁତ୍ୱକୁ ସ୍ୱୀକୃତି ଦେବା ନୁହେଁ, ବରଂ ଏହା ଦ୍ୱାରା ପ୍ରବାସୀ ଭାରତୀୟମାନେ ଓ ଅନ୍ୟ ଦେଶର ଲୋକମାନେ ବି

ଦୁନିଆର ସବୁଠାରୁ ପୁରୁଣା ଧାର୍ମିକ ପାର୍ବଣ ମଧ୍ୟରୁ ଗୋଟିଏରେ ଅଂଶଗ୍ରହଣ କରିବାରେ ଉତ୍ତମ ଅବସର

ପାଇପାରିବେ।

ସ୍ମିଥସୋନିୟନ ନ୍ୟାସନାଲ ମ୍ୟୁଜିୟମ ଅଫ୍ ଏସିଆନ୍ ଆର୍ଟ

ଅନୁସାରେ, ଦୀପାବଳୀ ପାଂଚ ଦିନ ଯାଏ ପାଳନ କରାଯାଏ । ଏହି ପର୍ବ ପାରମ୍ପରିକ ଭାବେ ଅକ୍ଟୋବର

କିମ୍ବା ନଭେମ୍ବରରେ ଭାରତରେ ପାଳନ ହୁଏ । ବିଦେଶରେ ରହୁଥିବା ଭାରତୀୟ ବି ଦୀପାବଳୀକୁ ଜୋରଦାର

ପାଳନ କରନ୍ତି ।

ହିନ୍ଦୁ ଆମେରିକନ୍

ଫାଉଣ୍ଡେସନ୍ ଅନୁଯାୟୀ, ଲୋକମାନେ ଘର, ବ୍ୟବସାୟିକ

ସ୍ଥଳ,

ମନ୍ଦିର ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଦୀପ ଜାଳି ମା

ଲକ୍ଷ୍ମୀଙ୍କୁ ଆଶୀର୍ବାଦ ପାଇଁ ଆମନ୍ତ୍ରଣ କରନ୍ତି। ଦୀପାବଳି ଉତ୍ସବ ଅବସରରେ ପରିବାର, ବନ୍ଧୁମାନେ ଓ ସମୁଦାୟର ଅନ୍ୟ ଲୋକମାନଙ୍କୁ ଭେଟିବା, ଉପହାର କିମ୍ବା ମିଠା ଦ୍ରବ୍ୟ ବିନିମୟ କରିବା ଏକ ପ୍ରଥା ରହିଛି ।

ଏହି ବର୍ଷ ଦୀପାବଳି ଉତ୍ସବ

20 ଅକ୍ଟୋବରରୁ ଆରମ୍ଭ ହେବ। କାଲିଫର୍ନିଆରେ ଦେଶର ସବୁଠାରୁ ବଡ଼ ଦକ୍ଷିଣ ଏସିଆର ଜନସଂଖ୍ୟା ରହୁଛନ୍ତି

। ଲସ୍ ଆଞ୍ଜେଲେସ୍ ଯେକୌଣସି ମହାନଗର ଅଞ୍ଚଳ ମଧ୍ୟରେ ଚତୁର୍ଥ ସବୁଠାରୁ ବଡ଼ ଜନସଂଖ୍ୟା ଥିବା

ସହର। ପେନ୍ସିଲଭେନିଆ 2024 ମସିହାରେ ଦୀପାବଳି ଦିନ ସରକାରୀ ଛୁଟି ଘୋଷଣା କରିଥିବା ପ୍ରଥମ ଆମେରିକୀୟ

ରାଜ୍ୟ ହୋଇଥିଲା।

ଏହି ବର୍ଷ କନେକ୍ଟିକଟ୍

ଦୀପାବଳିକୁ ତାର ଅଧିକାରିକ ଅବକାଶ ତାଲିକା ଭିତରେ ଅନ୍ତର୍ଭୁକ୍ତ କରିଥିବା ଦ୍ୱିତୀୟ ରାଜ୍ୟ

ହୋଇଛି। ନ୍ୟୁଜର୍ସିର ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ଦୀପାବଳି ଦିନ ଛୁଟି ନେବାକୁ ଅନୁମତି

ଦେଇଛି। ନ୍ୟୁୟର୍କ ସିଟିରେ 2023 ରୁ ଲାଗୁ ହୋଇ, ଦୀପାବଳି ଦିନ ସରକାରୀ ବିଦ୍ୟାଳୟ ବନ୍ଦ ରହୁଛି।

କାଲିଫର୍ନିଆରେ ରହୁଥିବା

ଭାରତୀୟମାନେ ଦୀର୍ଘ ସମୟ ଧରି ଦୀପାବଳି ଦିନ ଛୁଟି ଘୋଷଣା ପାଇଁ ଦାବି କରୁଥିଲେ। ଏହି ବିଧେୟକ

ପାରିତ ହେବା ସହିତ ଲୋକମାନେ ଖୁସି ଅନୁଭବ କରୁଛନ୍ତି।

ଜଣେ ହିନ୍ଦୁ ନେତା ଏହି

ଖୁସି ଖବର ସେୟାର୍ କରି କହିଛନ୍ତି ଯେ, କାଲିଫୋର୍ନିଆରେ ଦୀପାବଳି ଶୀଘ୍ର ହିଁ ସରକାରୀ ଛୁଟି ହୋଇପାରେ। ଏବେ

ଗଭର୍ନରଙ୍କ ସ୍ୱୀକୃତି ଅପେକ୍ଷିତ। ଆମେ ଆଶା କରୁଛୁ ଯେ ଶୀଘ୍ର ଏହି ଖୁସି ଖବର ଶୁଣିବାକୁ

ମିଳିବ।

ହିନ୍ଦୁ ଆମେରିକନ୍

ଫାଉଣ୍ଡେସନ୍ ପରି ସମର୍ଥକ ସଂଗଠନ ଓ ଆମ ପରି ଅନ୍ୟାନ୍ୟ ଧାର୍ମିକ ସଂଗଠନମାନେ ଗତ କିଛି ବର୍ଷ

ଧରି ଏହାକୁ ସାକାର କରିବା ପାଇଁ କାମ କରୁଛନ୍ତି। ଏହା ଆମ ପାଇଁ ଗୋଟିଏ ସୁଯୋଗ, ଯାହା ଦ୍ୱାରା ଆମେ ହିନ୍ଦୁ ସ୍ୱୟଂସେବକ ସଂଘ ଓ ଶାଖାର ଅଂଶ ହୋଇ, ଆମର ସମୁଦାୟ ପାଇଁ କେତେ ଅଦ୍ଭୁତ କାମ କରିପାରିବୁ, ତାକୁ ବୁଝିପାରିବୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande