ମୋଦିଙ୍କ ଜନ୍ମଦିନ ଅବସରରେ ‘ମା ବନ୍ଦେ’ ବାୟୋପିକ୍ ଘୋଷଣା, ମୁଖ୍ୟ ଭୂମିକା ନିଭାଇବେ ଅଭିନେତା ମୁକୁନ୍ଦନ
ଏର୍ନାକୁଲମ, 17 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 75 ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଉପରେ ଆଉ ଗୋଟିଏ ବାୟୋପିକ୍ ଚଳଚ୍ଚିତ୍ରର ଘୋଷଣା କରାଯାଇଛି। ମା ବନ୍ଦେ ନାମକ ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ଉନ
ମୋଦିଙ୍କ ଜନ୍ମଦିନ     ଅବସରରେ ‘ମା ବନ୍ଦେ’ ବାୟୋପିକ୍ ଘୋଷଣା, ମୁଖ୍ୟ ଭୂମିକା ନିଭାଇବେ ଅଭିନେତା ମୁକୁନ୍ଦନ


ଏର୍ନାକୁଲମ, 17 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜି 75 ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଉପରେ ଆଉ ଗୋଟିଏ

ବାୟୋପିକ୍ ଚଳଚ୍ଚିତ୍ରର ଘୋଷଣା କରାଯାଇଛି। ମା ବନ୍ଦେ ନାମକ ଏହି ଚଳଚ୍ଚିତ୍ରରେ

ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ଉନ୍ନି ମୁକୁନ୍ଦନ ନରେନ୍ଦ୍ର ମୋଦୀଙ୍କ ଭୂମିକା ନିଭାଇବେ।

ନିର୍ମାତାମାନେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଜାରି କରି ଟାଇଟଲ୍ ଘୋଷଣା କରିଛନ୍ତି।

ଅଭିନେତା ଉନ୍ନି ମୁକୁନ୍ଦନ

ବୁଧବାର ତାଙ୍କର ଫେସବୁକ୍ ପୋଷ୍ଟ‌ରେ କହିଛନ୍ତି ଯେ, ‘ମୁଁ ଆଗାମୀ ଚଳଚ୍ଚିତ୍ର ‘ମା ବନ୍ଦେ’‌ରେ ନରେନ୍ଦ୍ର ମୋଦିଙ୍କ ଭୂମିକା ନିଭାଇବି। ଏହି କଥା କହିବାକୁ ମୋତେ

ବେଶ ଖୁସି ଲାଗୁଛି ଯେ ମୁଁ କ୍ରାନ୍ତି କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଆଗାମୀ

ଫିଲ୍ମ ‘ମା ବନ୍ଦେ’‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ୍ ମୋଦୀଙ୍କ ଚରିତ୍ର

ଅଭିନୟ କରୁଛି।

ଅହମଦାବାଦରେ ବଢିଥିବା

ଦ୍ୱାରା ମୁଁ ତାଙ୍କୁ ଛୋଟବେଳେ ପ୍ରଥମେ ମୋ ମୁଖ୍ୟମନ୍ତ୍ରୀ ଭାବେ ଜାଣିଥିଲି। ଏପ୍ରିଲ୍ 2023ରେ

ମୋତେ ତାଙ୍କୁ ଭେଟିବାର ସୌଭାଗ୍ୟ ମିଳିଥିଲା – ଏହା ଏମିତି ଗୋଟିଏ ମୁହୂର୍ତ୍ତ ଥିଲା ଯାହା ମୋ ଉପରେ ଅଲିଭା ପ୍ରଭାବ

ଛାଡ଼ିଦେଇଛି।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande