ଭୁବନେଶ୍ୱର,17 ସେପ୍ଟେମ୍ବର (ହି.ସ.)- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନରେ ରାଜ୍ୟରେ ୭୫ ଲକ୍ଷ ଗଛ ଲଗାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ୪୫ ହଜାର ସ୍ଥାନରେ ଜଙ୍ଗଲ ବିଭାଗ ଗଛ ଲଗାଇବ। ୩୦ ଜିଲ୍ଲାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ଜିଲ୍ଲାପାଳମାନେ ଭାଗ ନେବେ। ବ୍ଲକ ଅଧ୍ୟକ୍ଷ, ସରପଂଚ ଓ ଅଙ୍ଗନବାଡି କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇଛି କହିଛନ୍ତି ଜଙ୍ଗଲ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ