ନୂଆଦିଲ୍ଲୀ, 17 ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବରରେ ନିଜ ଜନ୍ମଦିନରେ ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ଅଷ୍ଟମ ରାଷ୍ଟ୍ରୀୟ ଘୋଷଣା ମାସ ଅଭିଯାନର ଶୁଭାରମ୍ଭ କରିବେ । ଏହି ରାଷ୍ଟ୍ରବ୍ୟାପୀ ଅଭିଯାନର ଉଦ୍ଦେଶ୍ୟ ସାମୁଦାୟିକ ସ୍ତରରେ ମହିଳା କେନ୍ଦ୍ରୀତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ଏହି ଅଭିଯାନ ୧୭ ସେପେ୍ଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଦେଶସାରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚ୍ସି), ଜିଲ୍ଲା ହସ୍ପିଟାଲ ଏବଂ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କରାଯିବ । ଏକଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯିବ, ଯେଉଁଥିରେ ଏହି ଦେଶରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଏବେଯାଏଁର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଅଭିଯାନ ହେବ । ଦେଶସାରାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯିବ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ କେତେକ ଅନ୍ୟ କାର୍ଯ୍ୟକ୍ରମର ଶିଳାନ୍ୟାସ ଏବଂ ଶୁଭାରମ୍ଭ ମଧ୍ୟ କରିବେ ଏବଂ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଦେଶସାରାର ମହିଳାମାନଙ୍କ ବ୍ୟାଙ୍କ ଖାତାରେ ଏକ କ୍ଲିକ୍ରେ ସିଧା ଧନରାଶି ହସ୍ତାନ୍ତରିତ କରିବେ । ଏଥିରେ ଦେଶର ପ୍ରାୟ ଦଶ ଲକ୍ଷ ମହିଳାମାନଙ୍କର ଲାଭ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ