ମଶାଣି ଜମିକୁ ମାଲିକାନା ସ୍ୱତ୍ୱ ଜାହିର କରି ବିବାଦ
ସମ୍ବଲପୁର, ୧୭ ସେପ୍ଟେମ୍ବର (ହି.ସ.) - ମଶାଣି ଜାଗା ପାଲଟିଲା ରୟତ ଜମି। ଏହି ଜମିର ମାଲିକାନା ଦର୍ଶାଇ ଜନୈକ ବ୍ୟକ୍ତି ପାଚେରୀ ନିର୍ମାଣ ଆରମ୍ଭ କରିବା ପରେ ଏବେ ଏହାକୁ ନେଇ ଗାଁ ଲୋକ ମେଳି ହୋଇ ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ଏପରିକି ଏହି ଜମିର ସ୍ୱତଃ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସମ୍
ମଶାଣି ଜମିକୁ ମାଲିକାନା ସ୍ୱତ୍ୱ ଜାହିର କରି ବିବାଦ


ସମ୍ବଲପୁର, ୧୭ ସେପ୍ଟେମ୍ବର (ହି.ସ.) - ମଶାଣି ଜାଗା ପାଲଟିଲା ରୟତ ଜମି। ଏହି ଜମିର ମାଲିକାନା ଦର୍ଶାଇ ଜନୈକ ବ୍ୟକ୍ତି ପାଚେରୀ ନିର୍ମାଣ ଆରମ୍ଭ କରିବା ପରେ ଏବେ ଏହାକୁ ନେଇ ଗାଁ ଲୋକ ମେଳି ହୋଇ ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ଏପରିକି ଏହି ଜମିର ସ୍ୱତଃ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ବିଷ୍ଣୁ ପେଟ୍ରୋଲ ପମ୍ପ ନିକଟରେ ଥିବା ସରକାରୀ ଜମିରେ ଆଜିକୁ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରାମଚନ୍ଦ୍ର ନଗର ଗ୍ରାମବାସୀ ଶ୍ମଶାନ ଘାଟ ରୂପେ ବ୍ୟବହାର କରି ଆସୁଛନ୍ତି। ଶବ ସଂସ୍କାର ପାଇଁ ସେଠାରେ ଏକ ଗୃହ ମଧ୍ୟ ତିଆରି ହୋଇଛି। ମାତ୍ର ଗତ କିଛିଦିନ ହେବ ଜନୈକ ଅଜଣା ବ୍ୟକ୍ତି ଏହି ଜମିର ମାଲିକାନା ସ୍ୱତ୍ୱ ଜାହିର କରିବା ସହ ତାଙ୍କ ନାମରେ ରୟତ ପଟ୍ଟା ରହିଛି ବୋଲି ଦାବି କରିଛନ୍ତି । ଏପରିକି କିଛି ଲୋକ ପଠାଇ ସେହି ଜମିରେ ପାଚେରୀ ନିର୍ମାଣ ଆରମ୍ଭ କରୁଥିବା ଦେଖି ରାମଚନ୍ଦ୍ର ନଗର ଗ୍ରାମବାସୀ ମାନେ ଏହାର ବିରୋଧ କରି ଏକ ଦାବିପତ୍ର ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଲୋକେ ଶ୍ମଶାନ ଘାଟ ରୂପେ ବ୍ୟବହାର କରୁଥିବା ସରକାରୀ ଜମି ରୟତ ପଟ୍ଟା ହେଲା କିପରି ?

ପୁର୍ବରୁ ମଧ୍ୟ ରେଙ୍ଗାଲି ତହସିଲ ଅଂଚଳର ଅନେକ ସରକାରୀ ଜମି ବିଭିନ୍ନ ବହିରାଗତକଙ୍କ ନାମରେ ପଟ୍ଟା ହୋଇଥିବା ଅଭିଯୋଗ ହୋଇଛି। ରେଙ୍ଗାଲି ତହସିଲ ଅଂଚଳରେ ଜମି ଦୁର୍ନୀତିର ସ୍ୱତନ୍ତ୍ର ଭାବରେ ତଦନ୍ତ କରାଲେ ଅନେକ ଜମି ଦୁର୍ନୀତିର ପର୍ଦ୍ଦାଫାସ ହୋଇ ପାରିବ। ଏ ଦିଗରେ ସମ୍ବଲପୁର ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande