କଟରା, ୧୭ସେପ୍ଟେମ୍ବର (ହି.ସ.):
ଜମ୍ମୁ ଏବଂ କାଶ୍ମୀରର ରିୟାସୀ ଜିଲ୍ଲାର ତ୍ରିକୁଟା ପର୍ବତରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ
ମନ୍ଦିରର ତୀର୍ଥଯାତ୍ରା ବୁଧବାର ଦିନ ପୁନର୍ବାର ଆରମ୍ଭ ହୋଇଛି। ସମ୍ପ୍ରତି ଏକ ଭୟଙ୍କର ଭୂସ୍ଖଳନ
ଯୋଗୁଁ ୨୨ ଦିନ ପର୍ଯ୍ୟନ୍ତ ପାଇଁ ଯାତ୍ରା ସ୍ଥଗିତ ରଖାଯାଇଥିଲା । ଏହି ଭୁସ୍ଖଳନରେ ୩୪ ଜଣଙ୍କର
ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି।ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡ
(ଏସଏମବୀଡୀଏସବୀ)ଅନୁକୁଳ ପାଗ ସ୍ଥିତିରେ ଆଜି ସକାଳେ ଯାତ୍ରା ପୁଣି ତୀର୍ଥଯାତ୍ରା ପୁନଃ ଖୋଲିବା
ଘୋଷଣା କରିଛି, ଯାହା ବହୁ ସଂଖ୍ୟକ କଟରା ସହରରେ ଶିବିର ସ୍ଥାପନ କରିଥିବା ଭକ୍ତଙ୍କ ମଧ୍ୟରେ ଆନନ୍ଦ ଆଣି
ଦେଇଛି।ଯାତ୍ରା ଆରମ୍ଭ ସ୍ଥାନ ବାଣଗଙ୍ଗା ଦର୍ଶନ ଦ୍ୱାର ଉପରେ ଶହରୁ ଅଧିକ ତୀର୍ଥଯାତ୍ରୀ ସକାଳେ
ଏକତ୍ରିତ ହୋଇଛନ୍ତିଏବଂ ତୀର୍ଥଯାତ୍ରା ଆରମ୍ଭ ହେବା ନେଇ ଅପାର ଆନନ୍ଦ ଏବଂ ଆଶ୍ୱସ୍ତି ପ୍ରକାଶ
କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା