ସେବା ପଖୱାଡ଼ା : ଗୃହମନ୍ତ୍ରୀ ଶାହ ଦିଲ୍ଲୀ ପାଇଁ ୧୬୦୦ କୋଟି ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କଲେ
ନୂଆଦିଲ୍ଲୀ, ୧୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ସେବା ପଖୱାଡ଼ାରେ ଦିଲ୍ଲୀ ପାଇଁ ୧୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ରାସ କରିଛନ୍ତି। ଏହି
ସେବା ପଖୱାଡ଼ା : ଗୃହମନ୍ତ୍ରୀ ଶାହ ଦିଲ୍ଲୀ ପାଇଁ ୧୬୦୦ କୋଟି ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କଲେ


ନୂଆଦିଲ୍ଲୀ, ୧୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ସେବା ପଖୱାଡ଼ାରେ ଦିଲ୍ଲୀ ପାଇଁ ୧୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ଯୋଜନାର ଲୋକାର୍ପଣ ଏବଂ ଶିଳାନ୍ରାସ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଦିଲ୍ଲୀ ସରକାରର ମନ୍ତ୍ରୀ ଏବଂ ଭାଜପା ନେତା ଏବଂ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।

ଅମିତ ଶାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟର୍ ଅଧିକାର ଯାତ୍ରାକୁ ଅନୁପ୍ରବେଶକାରୀ ବଚାଓ ଯାତ୍ରା କହିଛନ୍ତି। ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଭାରତର ମତଦାତାମାନଙ୍କ ଉପରେ ଭରସା ନାହିଁ ଏବଂ ସେ ଅନୁପ୍ରବେଶକାରୀଙ୍କ ଭରସାରେ ନିର୍ବାଚନ ଜିତିବା ଚାହାନ୍ତି। ସେ କହିଛନ୍ତି ଯେ ଭାଜପା ମତଦାତା ସୂଚୀ ପୁନରୀକ୍ଷଣ କାର୍ଯ୍ୟକ୍ରମର ପୁରା ସମର୍ଥନ କରେ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ କ୍ଷୀପ୍ର ଗତିରେ ବିକାଶ କରୁଛି। ଶ୍ରୀ ଶାହ କହିଛନ୍ତି ମୋଦୀ ସରକାର ସବୁ ସମୟ ଦିଲ୍ଲୀର କଲ୍ୟାଣ ପାଇଁ କାମ କରିଛନ୍ତି, କିନ୍ତୁ ଆମ୍ ଆଦମୀ ପାର୍ଟି(ଆଆପା) ସରକାର କେନ୍ଦ୍ରର କଲ୍ୟାଣକାରୀ ଯୋଜନାକୁ ଦିଲ୍ଲୀରେ ଲାଗୁ କରିନାହିଁ। ଦିଲ୍ଲୀରେ ଭାଜପା ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଲଗାତାର କଲ୍ୟାଣକାରୀ ଯୋଜନାକୁ ଲାଗୁ କରୁଛି। ଦିଲ୍ଲୀ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ଦିଲ୍ଲୀ ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande