ୱାଶିଂଟନ, (ଆମେରିକା)୧୭ ସେପ୍ଟେମ୍ବର (ହି.ସ)-ଆମେରିକାର
ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ୭୫ତମ
ଜନ୍ମଦିନରେ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ରୁଷ-ୟୁକ୍ରେନ ମଧ୍ୟରେ ବିବାଦ ସମାପ୍ତ କରିବାରେ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ
ଜଣାଇଥିଲେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ଟ୍ରୁଥ୍ ସୋସିଆଲରେ
ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏକ
ଚମତ୍କାର କାମ କରୁଛନ୍ତି।ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି, ଏବେ ଏବେ ମୋର ବନ୍ଧୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସୁନ୍ଦର ଫୋନ୍ କଲ୍ ହୋଇଥିଲା। ମୁଁ ତାଙ୍କୁ
ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଜଣାଉଛି! ସେ ବହୁତ ମହାନ କାମ କରୁଛନ୍ତି। ନରେନ୍ଦ୍ର, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ
ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ! ରାଷ୍ଟ୍ରପତି ଡିଜେଟି।ଭାରତର
ପ୍ରଧାନମନ୍ତ୍ରୀ ମୋଦି କିଛି ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ
ତାଙ୍କ ଫୋନ୍ କଲ୍ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ, ସେ ମଧ୍ୟ ଆମେରିକୀୟ ନେତାଙ୍କ
ପରି, ସେ ଭାରତ-ଆମେରିକା ବ୍ୟାପକ ଏବଂ ବିଶ୍ୱସ୍ତରୀୟ
ସହଭାଗୀତାକୁ ନୂତନ ଉଚ୍ଚତାକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ
ଏକ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମୋର ବନ୍ଧୁ ବୋଲି ସମ୍ବୋଧିତ କରିଥିଲେ।
ମୋଦି କହିଛନ୍ତି ଯେ ଭାରତ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ତାଙ୍କ ପଦକ୍ଷେପକୁ
ସମର୍ଥନ କରେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା