ସମ୍ବଲପୁର, ୧୭ ସେପ୍େଟମ୍ବର (ହି.ସ.) - ଆଜି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-ମହକ ଓ ଉତ୍ସାହ ୨୦୨୫ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଡିଏସଡବ୍ଲୁଓ ସଞ୍ଜୁକ୍ତା ସାହୁ, ରେଡକ୍ରସ ସେକ୍ରେଟାରୀ ରୋସେଲିନ ତିର୍କୀ, ଜିଲ୍ଲା ଶ୍ରମ ଅଧିକାରୀ (ୱେଲ ଫେୟାର) ପୁଷ୍ପା ମିଞ୍ଜ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିଶ୍ମିତା ପଟ୍ଟନାୟକ ଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ, ଛୋଟଛୋଟ ପିଲାମାନେ, ମାନ୍ୟଗଣ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିଶୁ ମହୋତ୍ସବ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ, ନୃତ୍ୟ ଓ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ଲମ୍ବ ଡିଆଁ(ଲଙ୍ଗ ଜମ୍ପ) , ଉଚ୍ଚ ଡିଆଁ (ହାଇ ଜମ୍ପ) କ୍ୟାରମ୍, ଚେସ, ଫୁଟବଲ ଆଦି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପରିବେଶକୁ ଆନନ୍ଦମୟ କରିଥିଲେ। ସରକାର ତରଫରୁ ପିଲାମାନଙ୍କ ଅନେକ ସୁବିଧା ଯୋଗାଇ ଦିଆଯାଉଛି।ସୂଚନା ଅନୁଯାୟୀ ୩୬ ଜଣ ପିଲା ହୋଟେଲ ମ୍ୟାନେଜମେଂଟରେ କୋର୍ସ କରିବାକୁ ଯାଇପାରିଛନ୍ତି, ଯାହା ସମ୍ବଲପୁର ଜିଲ୍ଲାପାଳଙ୍କ ପ୍ରଚେଷ୍ଟା ରେ ସମ୍ଭବ ହୋଇପାରିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ