ନୂଆଦିଲ୍ଲୀ, 17 ସେପ୍ଟେମ୍ବର (ହି.ସ.)-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
ନିଜର ଅସାଧାରଣ ନେତୃତ୍ୱ
ଦ୍ୱାରା ଆପଣ ପରିଶ୍ରମର ଶ୍ରେଷ୍ଠ ଉଦାହରଣ ସ୍ଥାପିତ କରି ଦେଶରେ ବଡ଼ ଲକ୍ଷ୍ୟଗୁଡ଼ିକୁ ପ୍ରାପ୍ତ
କରିବାର ଏକ ସଂସ୍କୃତି ସୃଷ୍ଟି କରିଛନ୍ତି। ଆଜି ବିଶ୍ୱ ସମୁଦାୟ ମଧ୍ୟ ଆପଣଙ୍କର ନେତୃତ୍ୱ ଉପରେ
ଆସ୍ଥା ବ୍ୟକ୍ତ କରୁଛନ୍ତି। ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଆପଣ ସର୍ବଦା ସୁସ୍ଥ ଓ ଆନନ୍ଦିତ ରୁହନ୍ତୁ,
ଏବଂ ଆପଣଙ୍କର ବିଶିଷ୍ଟ ନେତୃତ୍ୱ ଦ୍ୱାରା ଦେଶକୁ ନୂଆ ପ୍ରଗତିର ଶିଖରକୁ
ନେଇଯାଆନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା