୫ କେଜି ଗଞ୍ଜେଇ ଜବତ
ମୁଖୀଗୁଡା,୧୮ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ରଜାଘର ପଛପଟ ବନ୍ଧପଡାରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବା କାଞ୍ଚନ ସେଠୀ(୬୮)କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ। କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନିସ୍ପେକ୍ଟର ସୁଧାଂଶୁ ମୁଣ୍ଡାଙ୍କ ନେ
ଗଞ୍ଜେଇ


ମୁଖୀଗୁଡା,୧୮ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ରଜାଘର ପଛପଟ ବନ୍ଧପଡାରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବା କାଞ୍ଚନ ସେଠୀ(୬୮)କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ। କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନିସ୍ପେକ୍ଟର ସୁଧାଂଶୁ ମୁଣ୍ଡାଙ୍କ ନେତୃତ୍ବରେ ଜୟପାଟଣା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର ମିଞ୍ଜ ସହ ତାଙ୍କ ଟିମ ଆଜି ସକାଳୁ କାଞ୍ଚନଙ୍କ ଘରେ ଚଢ଼ଉ କରି ୫ କେଜି ଗଞ୍ଜେଇ ଜବତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande