ପୁରୀ, ୧୮ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା ସ୍କୁଲ ପରିସରରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ କ୍ରୀଡ଼ା ସଂଗଠନ ଦ୍ଵାରା ଓ ପୁରୀ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଆନୁକୁଲ୍ୟରେ ୬୯ତମ ଓଡ଼ିଶା ରାଜ୍ୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ବାଳକ, ବାଳିକା ମାନଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୁଷଣ ସମରଥ ସଭାପତିତ୍ବ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ସପନ କୁମାର ଜେନା ଯୋଗଦେଇ ସର୍ବ ଭାରତୀୟ ସ୍ତରରେ ଉତ୍କର୍ଷ କ୍ରୀଡ଼ା ପ୍ରଦର୍ଶନ କରି ଓଡିଶା ପାଇଁ ଗୌରବ ଆଣିବାକୁ ମତବ୍ୟକ୍ତ କରିଥିଲେ । ସହକାରୀ ନିର୍ଦ୍ଦେଶକ ଶାରିରୀକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ଜ୍ୟୋତି ପ୍ରସାଦ ପରିଡା ସ୍ବାଗତ ଭାଷଣ ଦେବା ସହ ଓ ଜାତୀୟ ସ୍ତରରେ ଓଡ଼ିଶାରୁ ୩୨ ଗୋଟି କ୍ରୀଡ଼ା ଶୃଙ୍ଖଳା ଓ କ୍ରୀଡାବିତ୍ ମାନକୁ ଉଚ୍ଚ କୋଟିର ସୁବ୍ୟବସ୍ଥା ସହ ଜାତୀୟ ସ୍ତରକୁ ପ୍ରତିନିଧିତ୍ଵ କରିବେ ବୋଲି ପ୍ରକାଶ କରିଛନ୍ତି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ଵିତୀକାନ୍ତ ପ୍ରଧାନ ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ବାଗତ ପୂର୍ବକ କ୍ରୀଡାବିତ୍ ମାନଙ୍କୁ କ୍ରୀଡ଼ାରେ ଭବିଷ୍ୟତ ସୃଷ୍ଟିପାଇଁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ କ୍ରୀଡ଼ାକୁ ଜୀବିକା କରିବା ଓ ଓଡ଼ିଶା ବିଦ୍ୟାଳୟ ସମୁହର କ୍ରମାଗତ କ୍ରୀଡ଼ା ବିକାଶ କୁ ସ୍ବାଗତ ଜଣାଇ ନବାଗତ ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଅଜୟ ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ,ସୁନ୍ଦରଗଡ଼ ଜୟନ୍ତ କୁମାର ରାୟ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଜଗତସିଂହପୁର, ରାମକୃଷ୍ଣ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କେନ୍ଦୁଝର ଓ କ୍ରୀଡ଼ା ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ବିଦ୍ୟାଧର ପ୍ରଧାନ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ସଫଳତା ପାଇବା ପାଇଁ ଆହ୍ବାନ କରିଥିଲେ । ଉତ୍ସବର ସଭାପତି ହିମାଂଶୁ ଭୁଷଣ ସମରଥ ଶିକ୍ଷା ଓ କ୍ରୀଡ଼ାର ସହଭାଗିତା ଗୁରୁତ୍ଵ ଦେଇ ସୁସ୍ଥ ସମାଜ ପାଇଁ ସୁସ୍ଥ ଶରୀର ଆବଶ୍ୟକ ତାହା ହେଉଛି ବ୍ୟାୟାମ ଓ ଓଡ଼ିଶାରେ ବିଦ୍ୟାଳୟ କ୍ଷେତ୍ରରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡାବିତ୍ ଓ ଶାରିରୀକ ଶିକ୍ଷା ଶିକ୍ଷକ ମାନଙ୍କ ଭୂମିକାକୁ ଗୁରୁତ୍ଵ ଦେଇଥିଲେ । ଓଡ଼ିଶାର ୭ ଗୋଟି ଜିଲ୍ଲାରୁ ୧୫୦ ଜଣ କ୍ରୀଡାବିତ୍, ୩୦ ଜଣ ପ୍ରଶିକ୍ଷକ ଓ ୫୦ ଜଣ ବୈଷୟିକ ଅଧିକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସଭାକୁ ଶାରିରୀକ ଶିକ୍ଷା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ