ଅଭାବି ସାରଯୋଗାଣ କୁ ନେଇ ବିଜେଡି ଦଳର ଜିଲ୍ଲା କୃଷିଭବନ ଘେରାଉ,ପୋଲିସ ସହିତ ଠେଲାପେଲା କୃଷିଭବନ ଉଦଘାଟନୀଫଳକରେ ବାର୍ଣ୍ଣିସରଙ୍ଗ ବୋଳିଲେ ଜିଲ୍ଲାପରିଷଦ ସଭାପତି
ବଲାଙ୍ଗିର, 18 ସେପ୍ଟେମ୍ବର (ହି.ସ) ବଲାଙ୍ଗୀର ଜିଲ୍ଲାରୁ କୃଷିମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ହେଁ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ଚାଷିମାନେ ୨୭୦ ଟଙ୍କାର ସାରକୁ ୮୦୦ ଟଙ୍କାଦେଇ କିଣିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେଡିଦଳ ପକ୍ଷରୁ ଜିଲ୍ଲା କୃଷିଭବନକୁ ଘେରା
ଅଭାବି ସାରଯୋଗାଣ କୁ ନେଇ ବିଜେଡି ଦଳର ଜିଲ୍ଲା କୃଷିଭବନ ଘେରାଉ,ପୋଲିସ ସହିତ ଠେଲାପେଲା କୃଷିଭବନ ଉଦଘାଟନୀଫଳକରେ ବାର୍ଣ୍ଣିସରଙ୍ଗ ବୋଳିଲେ ଜିଲ୍ଲାପରିଷଦ ସଭାପତି


ଅଭାବି ସାରଯୋଗାଣ କୁ ନେଇ ବିଜେଡି ଦଳର ଜିଲ୍ଲା କୃଷିଭବନ ଘେରାଉ,ପୋଲିସ ସହିତ ଠେଲାପେଲା କୃଷିଭବନ ଉଦଘାଟନୀଫଳକରେ ବାର୍ଣ୍ଣିସରଙ୍ଗ ବୋଳିଲେ ଜିଲ୍ଲାପରିଷଦ ସଭାପତି


ବଲାଙ୍ଗିର, 18 ସେପ୍ଟେମ୍ବର (ହି.ସ)

ବଲାଙ୍ଗୀର ଜିଲ୍ଲାରୁ କୃଷିମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ହେଁ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ଚାଷିମାନେ ୨୭୦ ଟଙ୍କାର ସାରକୁ ୮୦୦ ଟଙ୍କାଦେଇ କିଣିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ ଆଜି ବିଜେଡିଦଳ ପକ୍ଷରୁ ଜିଲ୍ଲା କୃଷିଭବନକୁ ଘେରାଉ କରି ହୋହଲ୍ଲା କରିଛନ୍ତି । ଏପରିକି କୃଷିଭବନକୁ ଧସେଇ ପଶିଲା ବେଳେ ବିଜେଡିକର୍ମିମାନଙ୍କ ସହ ପୋଲିସର ଠେଲାପେଲା ହୋଇଛି । ଏହା ସହିତ ଗତକାଲି କୃଷିଭବନ ଉଦଘାଟନୀ ଉତ୍ସବରେ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ କିମ୍ବା ଜିଲ୍ଲା ପରିଷଦ ସଭାପତି ତଥା ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରି ନିମନ୍ତ୍ରଣ ଦିଆଯାଇନଥିବା କିମ୍ବା ନାମ ଫଳକରେ ନାମଦେଇନଥିବାରୁ ବିଜେଡିଦଳ ଏହାର ତୀବ୍ରପ୍ରତିବାଦ କରିଛି । ଆଜି ନିଜେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କର୍ମିମାନଙ୍କ ସହ ଉଦଘାଟନୀ ଫଳକରେ ବାର୍ଣ୍ଣିଶରଙ୍ଗ ଲଗାଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କ ନାମ ଲିଭାଇଦେଇଛନ୍ତି । ଜିଲ୍ଲାକୁ ଯଥେଷ୍ଟ ସାର ଯୋଗାଇ ଦିଆଯାଇଥିବା କଥା ସରକାର କହୁଥିବା ବେଳେ ପ୍ରକୃତରେ କିନ୍ତୁ ଚାଷି ସାର ପାଉନାହାଁନ୍ତି । ୟୁରିଆ ପ୍ୟାକେଟ ପିଚ୍ଛା ୮୦୦ରୁ ୧୦୦୦ ଟଙ୍କା ଦେଇ ଚାଷି କିଣୁଛି ଓ ଅଯଥା ଖର୍ଚ୍ଚାନ୍ତ ହେଉଛି । ତେଣୁ ଆଜି ଦିନ ୧୧.୩୦ମିରେ ବିଜେଡିଦଳ ହଜାରସଂଖ୍ୟାରେ ନେତା ଓ କର୍ମିମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି କୃଷିଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ପ୍ରତିବାଦ ସଭାକରି ରାଜ୍ୟର ବିଜେପିସରକାରକୁ ନେତାଗଣ ତୀବ୍ର ସମାଲୋଚନା କରିଥିଲେ । ସଦରବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଗୋଲାପ ବାଗଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବରିଷ୍ଠନେତା ତଥା ଆଇନଜୀବି ଜୟରାମ ମିଶ୍ର,ଜିଲ୍ଲା ମହିଳା ବିଜେଡିସଭାପତି ଦମୟନ୍ତି ବାଘ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ସଦର ବ୍ଲକର ଅଧ୍ୟକ୍ଷା ସରିତା ବାଗ,ଦେଓଗାଁ ବ୍ଲକଅଧ୍ୟକ୍ଷ ଦୟାନିଧି ଖମାରୀ,ଜିଲ୍ଲା ବିଜୁ ଯୁବଜନତା ଦଳର ସଭାପତି ରାଜେନ୍ଦ୍ର ହୋତା,ବରିଷ୍ଠନେତା କୈଳାସ ମହାନ୍ତି,ବିଧୁଭୂଷଣ ତ୍ରୀପାଠୀ,ଦେଓଗାଁ ବ୍ଲକର ଅନ୍ତର୍ଯ୍ୟାମୀ ଭୋଇ,ଶୈଳେନ୍ଦ୍ର ସାହୁ,ଛବିଳ ବେହେରା,ଘୁଣ୍ଡୁଗୋପାଳ ମିଶ୍ର,ସଦର ବ୍ଲକର ପ୍ରଦ୍ୟୁମ୍ନ ହୋତା,ଛାତ୍ରବିଜେଡିର ସଭାପତି ସୁମନ ନନ୍ଦ,ନଗର ସଭାପତି ଶମ୍ଭୁ ନାଗ,ପାଲେଶ୍ୱର ଭୋଇ,ନୀହାରରଂଜନ ସ୍ୱାଇଁ ପ୍ରମୁଖ ରାଜ୍ୟର ବିଜେପିସରକାରକୁ ତୀବ୍ରସମାଲୋଚନା କରିଥିଲେ । ବିଜେଡିନେତା ଗଣ ପ୍ରଶ୍ନ କରିଥିଲେ ଯେ,ବିଧାୟକ କଳିକେଶନାରାୟଣ ସିଂଦେଓ ସମୀକ୍ଷା କଲା ବେଳେ ଜିଲ୍ଲାରେ ଯଥେଷ୍ଟ ସାର ଥିବା କୃଷିଅଧିକାରୀ କହିଥିଲେ । କିନ୍ତୁ ଚାଷିମାନଙ୍କୁ ସାର ମିଳୁନାହିଁ କାହିଁକି? ସାର ଯୋଗାଣରେ କୃଷିମନ୍ତ୍ରୀ ବ୍ୟାପକ ଦୁନିତୀ କରିଥିବା ଓ ଧାନର ଦର ବଢିଥିବାରୁ ଚାଷିଙ୍କୁ ହଇରାଣ କରି ଅମଳ କମାଇବାକୁ ସରକାର ଏଭଳି ଚାଲ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଚଳିତ ବର୍ଷ ଚାଷିପଞ୍ଜିକରଣରେ ମଧ୍ୟ ଚାଷିଙ୍କୁ ହଇରାଣ କରାଯାଇଥିବା ବେଳେ ସାର ଯୋଗାଣରେ ଦୁର୍ନିତୀ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଠିକ ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କୃଷିମନ୍ତ୍ରୀ ଦାୟୀତ୍ୱରେ ଥିବା ବେଳେ ବଲାଙ୍ଗୀର ଜିଲ୍ଲାର ନ୍ୟାର୍ଯ୍ୟଦାବି କୃଷିବିବିଶ୍ୱବିଦ୍ୟାଳୟକୁ ଅନ୍ୟ ଜିଲ୍ଲାକୁ ଚାଲିଯିବା ଘଟଣାକୁ ନେଇ ବିଜେଡିନେତାଗଣ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ତେବେ କୃଷିଭବନକୁ ବିଜେଡିକର୍ମିମାନେ ଧସେଇ ପଶିଥିବା ବେଳେ ପୋଲିସ ସାଙ୍ଗରେ କିଛିସଂମୟ ଠେଲାପେଲା ହୋଇଥିବା ଦେଖାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande