ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.)- ଅପହରଣର ୬ ଦିନ ପରେ ଘର ଠାରୁ ୪୦୦ ମିଟର ଦୂର କେନାଲରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । କେନାଲରୁ ଏହି ୯ ବର୍ଷିୟା ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଘଟଣାକୁ ନେଇ ଭଦ୍ରକ ବାସୁଦେବପୁର ବ୍ଲକ ଅନ୍ତର୍ଗତ ହାଡ଼ିଆ ଗ୍ରାମରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ଏସପିଙ୍କ ସମେତ ଆଖପାଖ ୪ଟି ଥାନାର ପୋଲିସ ପହଂଚିଛନ୍ତି । ତେବେ କିପରି ଓ କେଉଁ ପରିସ୍ଥିତିରେ ସମ୍ପୃକ୍ତ ନାବାଳିକାଙ୍କ ମୃତ୍ୟୁ ଘଟିଲା ସେନେଇ ତଦନ୍ତ କରୁଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ