ଧାମରାରେ ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର କର୍ମଚାରୀ ସଂଘ, ପକ୍ଷରୁ ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ଦିବସ ପାଳିତ
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଧାମରା ନିକଟସ୍ଥ ଦୋସିଙ୍ଗାରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ଦିବସ ପାଳିତ ହୋଇଯାଇଛି। ସାରା ବିଶ୍ୱକୁ ବିଶ୍ୱକର୍ମା ନିର୍ମାଣ କରିଥିବାବେଳେ ଏହାକୁ ମନେ ରଖିବା ସହ ଭାଇଚାରର ସମ୍ପର୍କକୁ ବଜାଇ ରଖିବା ପାଇଁ ଏହି
DHAMARA MAJDOOR SANGHA BISWARKARMA


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଧାମରା ନିକଟସ୍ଥ ଦୋସିଙ୍ଗାରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ଦିବସ ପାଳିତ ହୋଇଯାଇଛି। ସାରା ବିଶ୍ୱକୁ ବିଶ୍ୱକର୍ମା ନିର୍ମାଣ କରିଥିବାବେଳେ ଏହାକୁ ମନେ ରଖିବା ସହ ଭାଇଚାରର ସମ୍ପର୍କକୁ ବଜାଇ ରଖିବା ପାଇଁ ଏହି ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ କରାଯାଉଛି ବୋଲି ଉପସ୍ଥିତ ଥିବା ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ। ଏଥିସହ ଏହି ଦିବସରେ ବିଶ୍ୱକର୍ମାଙ୍କ ପୂଜା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଆଜି ପାଳନ କରାଯାଇଥିବା ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଶାନ୍ତନୁ କୁମାର ମହାପାତ୍ର, ଜିଲ୍ଲା ସଂପାଦକ ତଥା ଧାମରା ବନ୍ଦର କର୍ମଚାରୀ ସଂଘର ସହସଭାପତି ମନୋଜ କୁମାର ବସନ୍ତ ରାୟ ଧାମରା ବନ୍ଦର କର୍ମଚାରୀ ସଂଘର ସଂପାଦକ ମନୋଜ ଲେଙ୍କା, ସହସଭାପତି ଚନ୍ଦ୍ରଶେଖର ଜେନା, ବିଜୟ ପ୍ରତାପ ଜେନା, ପ୍ରଫୁଲ ସେଠୀ, ଶୁଭେନ୍ଦୁ ନାୟକ, ମୁକ୍ତିକାନ୍ତ ସାହୁ, ଅରୁଣ ଦାସ, ଅଜୟ ମଣ୍ଡଳ, ଶଶିକାନ୍ତ ସାହୁଙ୍କ ସମେତ ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର କର୍ମଚାରୀ ସଂଘର ସମସ୍ତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande