ଦଧୂବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ
କେନ୍ଦୁଝର, ୧୮ ସେପ୍ଟେମ୍ବର (ହି.ସ.) - ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିଶୁ ମହେତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ଥିଲା ମୋ ସ୍ୱପ୍ନର ଓଡିଶା ୨୦୩୬ । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଅଶ୍ୱଦ୍ଧମା ଗିରିଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଯାଇଥିଲା । ଇଂରାଜୀ ବିଭ
ଦଧୂବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ


କେନ୍ଦୁଝର, ୧୮ ସେପ୍ଟେମ୍ବର (ହି.ସ.) - ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିଶୁ ମହେତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ଥିଲା ମୋ ସ୍ୱପ୍ନର ଓଡିଶା ୨୦୩୬ । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଅଶ୍ୱଦ୍ଧମା ଗିରିଙ୍କ ଦ୍ୱାରା ଶୁଭ ଉଦ୍ଘାଟନ କରାଯାଇଥିଲା । ଇଂରାଜୀ ବିଭାଗର ଅଧ୍ୟାପିକା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ବିତର୍କ, ସଙ୍ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଯତୀନ୍ଦ୍ର କୁମାର ମିଶ୍ର, ସ୍ନାତକୋତର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରଭଞ୍ଜନ ନାଏକ, ଦିବ୍ୟାରାଣୀ ପ୍ରସାଦ, ସୁଜାତା ସାମନ୍ତରାୟ, କୁମୁଦିନୀ ମହାନ୍ତି, ମନି ରାଉତ, ରବିଶଙ୍କର ପ୍ରଧାନ, ଅତିଙ୍କ ଅଧ୍ୟାପକ ସତ୍ୟପ୍ରକାଶ ମହାନ୍ତି ତଥା ଅନୁଷ୍ଠାନର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande