ବଲାଙ୍ଗିର, 18 ସେପ୍ଟେମ୍ବର (ହି.ସ.) ଗତ କାଲି ସନ୍ଧ୍ୟାରେ ପୂର୍ବତନ ଟ୍ରେଜେରି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବାବୁ ଙ୍କ ଶେଷକୃତ୍ୟ ସ୍ଥାନୀୟ ବିଭୂତି ପଡ଼ା ଶ୍ମଶାନରେ ସମ୍ପନ୍ନ ହୋଇଛି।
13 ତାରିଖ ଜୁଲାଇ 1938 ମସିହାରେ ଜନ୍ମିତ ପୂର୍ବତନ ଟ୍ରେଜେରୀ ଅଫିସର ପୂର୍ଣ୍ଣ ଚନ୍ଦ୍ର ବାବୁଙ୍କ ବଲାଙ୍ଗିର ତେଲିଗୋଠ ପଡା ସ୍ଥିତ ନିଜସ୍ୱ ବାସ ଭବନରେ ଗତ ତା:16.9. 2025ରେ ସନ୍ଧ୍ୟା 7 ଘଣ୍ଟା ସମୟରେ ଗାଧୁଆ ଘରେ ପଡି ଯିବାହେତୁ ବଲାଙ୍ଗିର ହେଡ଼ କ୍ଵାଟର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା ଏବଂ ଚିକିସ୍ୟାଧୀନ ସମୟରେହିଁ ରାତ୍ର 9 ଘଣ୍ଟା ସମୟରେ 87 ବର୍ଷ ବୟସରେ ରେ ତାଙ୍କର ପରଲୋକ ହୋଇଯାଇଅଛି! ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥଲେ!ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ, ପଡୋଶୀ,ପରିବାର ଆତ୍ମୀୟ ସ୍ୱଜନ ତାଙ୍କର ଶେଷ ଦର୍ଶନ ସ୍ୱରୂପ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ! ତାଙ୍କର ଏକମାତ୍ର ପୁତ୍ର ଦେବାଶିଷ ବାବୁ ଅହମଦାବାଦରୁ ଆଜି ତା:17.9.2025 ସନ୍ଧ୍ୟା 6 ଘଣ୍ଟା ସମୟରେ ପହଂଚିଲା ପରେ ସ୍ଥାନୀୟ ବିଭୁତି ପଡାସ୍ଥିତ ସ୍ମଶାନରେ ମୁଖାଗ୍ନି ଦେଇଥିଲେ! ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ବାବୁଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଯଶୋବନ୍ତୀ, ପୁଅ,ବୋହୁ ଶ୍ରୀମତୀ ସାଗରିକା , ନାତି, ନାତୁଣୀ, ଚାରି ଝିଅ ଓ ଜ୍ୱାଇଁ ଶ୍ରୀ ବଂଶୀ ଗୋପାଳ ପୂଜାରୀ,ଶ୍ରୀ ପ୍ରଶାନ୍ତ ପୁରୋହିତ,ଶ୍ରୀ ଅମରେନ୍ଦ୍ର ମିଶ୍ର,ଷଢ଼ୁ ଶ୍ରୀ ସୁଧୀର ପଣ୍ଡା, ପୁତୁରା ସିଦ୍ଧାର୍ଥ ବାବୁ, କୁନା, ତପନ ପାଣିଗ୍ରାହୀ ଉପସ୍ଥିତ ଥିବା ସଙ୍ଗେ ସଙ୍ଗେପୂର୍ବତନ ଆଇନ ମନ୍ତ୍ରୀ ତଥା ସମୁଦୀ ଶ୍ରୀଯୁକ୍ତ ନରସିଂହ ମିଶ୍ର ଓ ବାଲ୍ୟ ବନ୍ଧୁ ପ୍ରଫେସର ମଧୁ ସୁଦନ ପତି ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ!
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ