ବଲାଙ୍ଗିର, 18 ସେପ୍ଟେମ୍ବର (ହି.ସ.)
ବଲାଙ୍ଗୀର ଖେଳ ଖେଳାଳିଙ୍କୁ ନେଇ ଅନେକ କ୍ରୀଡ଼ା ଜାରୀ ରହିଥିବା ବେଳେ ଜିଲ୍ଲା ରାଏଫଳ ସଂଘ ଏବଂ ରାଏଫଲ ସଂଘର ସଭାପତି ଅର୍କେଶ ନାରାୟଣ ସିଂଦେଓ ଙ୍କ ନିର୍ଦ୍ଦେଶନୁ ସାର ବଲାଙ୍ଗୀର ରେ ଆସନ୍ତା ୪ ତାରିଖ ରୁ ଚାରି ଦିନ ଧରି ବଲାଙ୍ଗୀର ଆର୍ ଏନ୍ ସିଂଦେଓ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ସୁଟିଙ୍ଗ କେମ୍ପ ଆୟୋଜିତ ହେବ।ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ରାଏଫଲ ସଂଘ ସଂପାଦକ ନିହାର ରଞ୍ଜନ ସ୍ବାଇଁ ସବିଶେଷ ସୂଚନା ଦେଇଛନ୍ତି। ଯେଉଁଥିରେ ଆସନ୍ତା ୪ ତାରିଖ ସକାଳ ଘ ୮ ୧୫ ମିନିଟ ରେ ମାଁ ସମଲେଶ୍ଵରୀ ମନ୍ଦିର ବେଢ଼ା ରୁ ବିଶାଳ ରେଲି ମାଧ୍ୟମରେ ଆର୍ ଏନ୍ ସ୍ପୋର୍ଟସ କପ୍ଲେକ୍ସ କୁ ଯିବା ର କାର୍ଯ୍ୟକ୍ରମ ରହିଛି।ପରେ ଦଶ ଟା ୩୦ ମିନିଟ ରେଜିଷ୍ଟ୍ରେସନ ପ୍ରକିୟା,୧୧ ତିରିଶ ମିନିଟ ରେ ଥିଓରୀ ଏବଂ ପ୍ରାକଟିକଲ୍ ଟ୍ରେନିଙ୍ଗ, ଗୋଟାଏ ରେ ଲଞ୍ଚ ଏବଂ ପରେ ପୁନଃ ଖେଳ ଜାରିରହିବ।ସେହିପରି ୪ଦିନ ପର୍ଯ୍ୟନ୍ତ ହେବାକୁ ଥିବା ରାଏଫଲ ସୁଟିଙ୍ଗ କେମ୍ପ୍ ରେ ତିନୋଟି ପ୍ରକିୟା ରେ ଖେଳାଳୀ ଚୟନ ହେବ,ଜୁନିୟର ସିନିୟର୍,ଏବଂ ଭେଟ୍ରେନ୍ ଯାହା ଏମାନଙ୍କୁ ପ୍ରାକଟିକଲ ଥିଓରୀ ସହ ସୁଟିଙ୍ଗ କୋଚିଙ୍ଗ ଦିଆଯିବ।ଓ ପରେ ଏମାନଙ୍କ ମଧ୍ୟରେ ସୁଟିଙ୍ଗ ପ୍ରତିଯୋଗିତା ମଧ୍ୟ ହେବ।ତେବେ ୪ ଦିନ ଧରି ହେବାକୁ ଥିବା ସୁଟିଙ୍ଗ କେମ୍ପ ରେ ରେଜିଷ୍ଟ୍ରେସନ ପାଇଁ ଫିଜ୍ ପ୍ରକିୟା ମଧ୍ୟ ରହିଛି ଯାହା ଏପର୍ଯ୍ୟନ୍ତ ଜିଲ୍ଲା ରାଏଫଲ ସଂଘ ର କମିଟି ଆଲୋଚନା ପରେ ନିର୍ଦ୍ଧାରିତ ହେବ। ସେପଟେ ସଂଘ ୧୫ ବର୍ଷ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କୁ ସୁଟିଙ୍ଗ କେମ୍ପ ରେ ସାମିଲ କରିବା ଯୋଜନା କରିଥିବା ବେଳେ ସମ୍ପାଦକ ନିହାର ରଂଜନ ସ୍ବାଇଁ ସମସ୍ତ ପ୍ରତିଯୋଗୀ ଙ୍କୁ ସ୍ଵାଗତ ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଅନ୍ୟପଟେ ଆଜିର ଏହି ସାମ୍ବାଦିକ ସମ୍ମିଲନୀ ରେ ନିହାର ରଂଜନ ସ୍ବାଇଁ ଙ୍କ ତତ୍ବାବଧାନ ର ଅନୁଷ୍ଠିତ ସଭାରେ ଦେବଦତ୍ତ ବେହେରା,ଗୁଞ୍ଜ ଖାନ,ଅଫ୍ ତାପ ହୁସେନ, ସୁମିତ୍ ପୁରୋହିତ ମୁନା ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ