ହରଡାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଜୟପୁର, ୧୮ ସେପ୍ଟେମ୍ବର (ହି.ସ.) - ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ହରଡାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଅଛି । ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଅଧକ୍ଷା ତିଳୋତମା ମୁଦୁଲି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମର ସଭାପତି ଭାବେ ବିଦ୍ୟାଳୟ ର ପ୍
ହରଡାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା  ଅନୁଷ୍ଠିତ


ଜୟପୁର, ୧୮ ସେପ୍ଟେମ୍ବର (ହି.ସ.) - ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ହରଡାପୁଟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଅଛି । ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଅଧକ୍ଷା ତିଳୋତମା ମୁଦୁଲି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମର ସଭାପତି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପୂଜାରୀ ପିଲାମାନଙ୍କୁ ସମ୍ବୋଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ ଗୋଷ୍ଠି ଶିକ୍ଷା ଅଧିକାରୀ , ଜୟପୁର ଚନ୍ଦନ କୁମାର ନାୟକ, ଭାର ପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୋମନାଥ ଗାଦାବା ଯୋଗ ଦେଇ ଥିଲେ । ବ୍ଲକ୍ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ପାଦକ ଶ୍ରୀ ଗଗନ ବିହାରୀ ଦାସ, ବରିଷ୍ଠ ଶିକ୍ଷକ ପ୍ରସନ୍ନ ପାଣିଗ୍ରାହୀ, ଶୁଭେନ୍ଦୁ ପ୍ରଧାନ, ଆଦି ମଂଚ ପରିଚାଳନା କରିଥିଲେ । ସମସ୍ତ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମାର୍ଗ ଦର୍ଶନରେ ଚାରୋଟି ଜୋନରୁ ପ୍ରାୟ ୧୬୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏବଂ ୨୬ ଜଣ ଶାରୀରିକ ଶିକ୍ଷା ଶିକ୍ଷକ /ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ। ଯୋଗ, ଫୁଟବଲ୍‌, ଦୌଡ଼କୁଦ, କ୍ରିକଟ , କବାଡି, ଖୋ ଖୋ, ଫୂଟବଲ ଆଦି କ୍ରୀଡାକୁ ନେଇ ଛାତ୍ର ଛାତ୍ରୀ ଙ୍କ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସମସ୍ତ ଙ୍କ ସହଯୋଗ ରେ ଏହି ବ୍ଲକ୍ ସ୍ତରୀୟ କ୍ରୀଡ଼ାରୁ ଜିଲ୍ଲା ସ୍ତରକୁ ଖେଳାଳି ଚୟନ ସମାପ୍ତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande