କେନ୍ଦୁଝର, ୧୮ ସେପ୍ଟେମ୍ବର(ହି.ସ.) – ସିଟିଜି ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ସିଟିଜି ଗ୍ଲୋବାଲ ସ୍କୁଲ ଏବଂ ସିଟିଜି ବିଦ୍ୟାମନ୍ଦିରରେ ଅନୁଷ୍ଠାନର ଚେୟାରମ୍ୟାନ ରୋଟାରୀୟନ ଡ଼.ରାଜେନ୍ଦ୍ର ପଳେଇଙ୍କର ତତ୍ୱାବଧାନରେ ମା ପାଇଁ ଗଛଟିଏ ସରକାରୀ କାର୍ଯ୍ୟକ୍ରମକୁ ଗ୍ରହଣ କରି ସ୍କୁଲ ପାରିସରରେ ଛୋଟ ଛୋଟ ପିଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାହାଯ୍ୟରେ ବୃକ୍ଷରୋପଣ କରିଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନକୁ ଓଡ଼ିଶା ସରକାର ଏକ ଅଭିନବ ଉପାୟରେ ବୃକ୍ଷରୋପଣ କରି ପାଳନ କରିଛନ୍ତି। ଏହି ମହତ କାର୍ଯ୍ୟରେ ଯୋଗ ଦେଇ ସିଟିଜି ଗ୍ରୁପର ଚେୟାରମ୍ୟାନ ଶ୍ରୀଯୁକ୍ତ ପଲେଇଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠାନର ପରିସରରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। ସିଟିଜି ଗ୍ରୁପର କେନ୍ଦୁଝର ହାୟର୍ ସେକେଣ୍ଡାରୀ ସ୍କୁଲ ଏବଂ କେନ୍ଦୁଝର ଡିଗ୍ରୀ କଲେଜରେ ମଧ୍ଯ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ କରାଯାଇଛି। କଲେଜର ଅଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ମହାପାତ୍ର ପିଲାମାନଙ୍କୁ ପରିବେଶକୁ ସ୍ୱଚ୍ଛ ଏବଂ ସବୁଜ ରଖିବାକୁ ସଂକଳ୍ପ ନେବାକୁ କହିଥିଲେ ଆଉ ପ୍ରକାଶ କରିଥିଲେ କି ପ୍ରକୃତ ଦେଇଥିବା ପରିବେଶକୁ ସଜାଡ଼ି ରଖୁବା ହେଉଛି ଏହି ଯୁବପିଢ଼ିଙ୍କ ପ୍ରଥମ କର୍ତବ୍ୟ। ସିଟିଜି ପ୍ରଫେସନାଲରେ ମଧ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଶ୍ରୀ ସତ୍ୟମ୍ କୁମାର ଦାସ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA