ଦି ମଦର୍ସ ସ୍କୁଲରେ ମାତୃ ନାମରେ ଏକ ଗଛ ୨.୦ କାର୍ଯ୍ୟକ୍ରମ ଆୟୋଜିତ
କେନ୍ଦୁଝର, ୧୮ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଦି ମଦର୍ସ ସ୍କୁଲରେ ମାତୃ ନାମରେ ଗଛଟିଏ ୨.୦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଣ୍ଡାପଡ଼ା ଥାନାର ଏଏସଆଇ ରୁନୁ ବିଶ୍ୱାଳ ଯୋଗଦାନ ଦେଇଥିଲେ ଏବଂ ଛାତ୍ରଛାତ୍ରୀ
ଦି ମଦର୍ସ ସ୍କୁଲରେ ମାତୃ ନାମରେ ଏକ ଗଛ ୨.୦ କାର୍ଯ୍ୟକ୍ରମ ଆୟୋଜିତ


କେନ୍ଦୁଝର, ୧୮ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଦି ମଦର୍ସ ସ୍କୁଲରେ ମାତୃ ନାମରେ ଗଛଟିଏ ୨.୦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଣ୍ଡାପଡ଼ା ଥାନାର ଏଏସଆଇ ରୁନୁ ବିଶ୍ୱାଳ ଯୋଗଦାନ ଦେଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତିର ଗୁରୁତ୍ୱ ଏବଂ ଉପକାରିତା ବିଷୟରେ ସୂଚନା ଦେଇ ସଚେତନ କରାଇଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମ ଏଏସଆଇ ମାଡାମଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିସମାପ୍ତି ଘଟିଥିଲା ଓ ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପକ କୁମାର ମହାନ୍ତ, ଶିକ୍ଷକ- ମନୋଜ କୁମାର ପଲେଇ, ଶରଣ କୁମାର ରଣା, କ୍ଷିତିଶ କୁମାର ମହାନ୍ତ, ଶିକ୍ଷୟିତ୍ରୀ- ରୀନା ପ୍ରଧାନ, କମଳିନୀ ମହାନ୍ତ, ମୋନାଲିସା ପଲେଇ, ପ୍ରିୟଙ୍କା ବେଂଟକାର, ରୂପଶ୍ରୀ ମାନସିଂହ, ମିନୁ ନାୟକ, ପୂର୍ଣିମା ନାଏକ ଓ ସହାୟକ ପ୍ରଫୁଲ୍ଲ ମହାନ୍ତ ଏବଂ ସହାୟିକା ମାନସୀ ବାରିକଙ୍କ ତତ୍ୱାବଧାନରେ ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande