କେନ୍ଦୁଝର, ୧୮ ସେପ୍ଟେମ୍ବର(ହି.ସ.) –ଏନ୍.ଏସ୍. ପୋଲିସ ହାଇସ୍କୁଲରେ ପ୍ରଧାନମନ୍ତ୍ରୀଙ୍କର ୭୫ ତମ ଜନ୍ମ ଦିବସ ଉପଲକ୍ଷେ ଏକ୍ ପେଡ୍ ମା' କେ ନାମ୍ ଅଭିଯାନ କାର୍ଯ୍ୟକ୍ରମ ଓଡ଼ିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି। ତଦ୍ ସହିତ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି.ର କମାଣ୍ଡିଂ ଅଫିସର୍ କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ଏବଂ ପ୍ରଶାସନିକ ଅଧିକାରୀ ଲେଫ୍ଟନାଂଟ କର୍ଣ୍ଣେଲ ମୟୂର ଘାର୍ଗେଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ ନେତୃତ୍ୱ ଓ ଏନ୍.ସି.ସି. ଅଫିସର୍ ବିଜୟ କୁମାର ବେହେରାଙ୍କ ତତ୍ୱାବଧାନରେ ୧୦୦ ଜଣ ଏନ୍.ସି.ସି. କ୍ୟାଡେଟ ଚାରାରୋପଣ ସହ ଜନ ସଚେତନତା ରାଲିରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବିଦ୍ୟାଳୟର ଶିକ୍ଷକ ଗୁରୁଦେବ ମହାନ୍ତ,କମଳ ଲୋଚନ ପ୍ରଧାନ,ବିବେକାନନ୍ଦ ରାଉତ,ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର, ମମତାରାଣୀ ମହାନ୍ତ, ସାଗରିକା ସାହୁ,କଳାବତୀ ଦେହୁରୀ, ଯାତ୍ରୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA