ମାଣିକ୍ୟ ଜୟନ୍ତୀ ଉଦ୍‌ଯାପନୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ବଲାଙ୍ଗିର, ୧୮ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୦ ବର୍ଷ ପୂରଣ ଅବସରରେ ମାଣିକ୍ୟ ଜୟନ୍ତୀ ର ଉଦ୍‌ଯାପନୀ କାର୍ଯ୍ୟକ୍ରମ ପାଇଁ ଶିକ୍ଷାବିତ କପିଳ ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନି କାର୍ଯ୍ୟକ୍ରମ ତା.୧୨.୧୦.୨୦୨୫
ମାଣିକ୍ୟ ଜୟନ୍ତୀ ଉଦ୍‌ଯାପନୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ


ବଲାଙ୍ଗିର, ୧୮ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୦ ବର୍ଷ ପୂରଣ ଅବସରରେ ମାଣିକ୍ୟ ଜୟନ୍ତୀ ର ଉଦ୍‌ଯାପନୀ କାର୍ଯ୍ୟକ୍ରମ ପାଇଁ ଶିକ୍ଷାବିତ କପିଳ ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନି କାର୍ଯ୍ୟକ୍ରମ ତା.୧୨.୧୦.୨୦୨୫ ରେ ପାଳନ କରାଯିବ । ଶିଶୁ ବିକାଶ କେନ୍ଦ୍ର ର ମର୍ଯ୍ୟାଦା ଜନକ ‘ଶାରଦୀୟ ଶିଶୁ ବିକାଶ ସମ୍ମାନ’ ଖେଳ ଶିକ୍ଷୟତ୍ରୀ ସସ୍ମିତାରାଣୀ ମିଶ୍ରଙ୍କୁ ଏବଂ ଶରୀର ଦାନ କରିଥିବା ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କୁ ସମ୍ମାନିତ କରାଯିବ । ଚାଳିଶ ବର୍ଷର କାର୍ଯ୍ୟକୁ ନେଇ ସଭ୍ୟମାନଙ୍କ ମତାମତ ସଂକଳିତ ଏକ ସ୍ମରଣିକା ପ୍ରକାଶ କରିବା ଓ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ କରିବାକୁ ସ୍ଥିର କରାଯାଇଥିଲା ।

ଏହି ସଭାରେ ଗିରିଜା ଶଙ୍କର ରଥ, ଜୟରାମ ମିଶ୍ର, ଚୁଡେନ୍ଦ୍ର କୁମାର ବେହେରା, ଭୀମସେନ ସାହୁ, ପ୍ରଦୀପ ପଶାୟତ, ହୃଷିକେଶ ପୁରୋହିତ, ଧର୍ମବ୍ରତ ରଥ, ଡ. ପ୍ରେମଚାନ୍ଦ ମହାନ୍ତି, ରତ୍ନମୟ ତ୍ରିପାଠି, ମଧୁ ସାହୁ, ତରୁଣ ପରିଚ୍ଛା ଓ ମଦନ ମୋହନ ରଥ ଉପସ୍ଥିତ ଥିଲେ । ଶେଷରେ ଉପ-ସଭାପତି ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande