ଖୋର୍ଦ୍ଧା, ୧୮ ସେପ୍ଟେମ୍ବର (ହି.ସ.) - ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ସେବା ପର୍ବ - ୨୦୨୫ ମାନକ ପରିଚାଳନା ପ୍ରକ୍ରିୟା ଅନୁଯାୟୀ ଆସନ୍ତା ସେପ୍େଟମ୍ୱର ୨୦ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଦିନ ୧୦ଟାରେ ହେବ।ଏପରିକି ପେଶାଦାର ସ୍ଥାନୀୟ ଚିତ୍ର ଶିଳ୍ପୀ ମାନେ ଅଂଶ ଗ୍ରହଣ କରିବେ । କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରିବେ ନାହିଁ କ୍ଷ ବିକଶିତ ଭାରତ ୨୦୪୭ ଯାହାକି ସ୍ୱାଧୀନତାର ୧୦୦ ବର୍ଷ ପୂର୍ତିରେ ଏକ ବିକଶିତ ସମାବେଶୀ ଓ ସ୍ୱୟଂ ନିର୍ଭର ଭାରତ ଗଠନର ଦୃଷ୍ଟି କୋଣକୁ ଆଖି ଆଗରେ ରଖି ବିଷୟବସ୍ତୁ ଭାରତର ପ୍ରଗତିକୁ ଆକାର ଦେଉଥିବା ନବସୃଜନ ଏବଂ ପ୍ରଯୁକ୍ତି ବିଦ୍ୟା,ସବୁଜ ଓ ସ୍ଥାୟୀ ବିକାଶର ମଡେଲ,ନାରୀ ସଶକ୍ତିକରଣ ଓ ଯୁବ ନେତୃତ୍ୱ,ସାଂସ୍କୃତିକ ପରମ୍ପରାର ସରଂକ୍ଷଣ ଏବଂ ପ୍ରଚାର,ଶାନ୍ତି,ସଦୟତା ଏବଂ ଜ୍ଞାନରେ ବିଶ୍ୱଗୁରୁ ଭାରତ ଆଦି ବିଷୟ ଗୁଡ଼ିକ ଉପରେ ଚିତ୍ର କଳା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶ୍ରେଷ୍ଠ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଚିତ୍ର ଶିଳ୍ପୀମାନେ ଆସନ୍ତା ୨୫ ସେପ୍େଟମ୍ବର ୨୦୨୫ରେ ଭୁବନେଶ୍ୱରଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁ ଥିବା ଆଗ୍ରହୀ ପ୍ରତିଯୋଗୀ ମାନେ ଡିସିଓଖୋର୍ଦ୍ଧା କୁ ଇ - ମେଲ୍ କରିପାରିବେ କିମ୍ବା ଫୋନ୍ ୭୯୭୮୦୩୧୫୦୪ ମାଧ୍ୟମରେ ବିସ୍ତୃତ ସବିଶେଷ ସୂଚନା ଓ ତଥ୍ୟ ସଂଗ୍ରହ କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରାକେଶ