କୋରେଇ, ୧୮ ସେପ୍ଟେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ନିକଟରେ ଗାଡ଼ି ଧକ୍କାରେ ଜଣେ ଟ୍ରକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ପ୍ରକାଶଯେ, ନୟାଗଡ଼ ଜିଲ୍ଲା ଜୟପୁରା ଗ୍ରାମର ମହାଜନ ପ୍ରଧାନଙ୍କ ପୁଅ ଶରତ (ଓଡ଼ି୦୪ କ୍ୟୁ ୯୭୦୧) ଟ୍ରକର ଚାଳକ ଥିଲେ । ତେବେ ସେ ଗତକାଲି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଭୋର୍ ସମୟରେ ପଥରପଦାସ୍ଥିତ ବାଜାଜ ସୋ ରୁମ ସାମ୍ନାରେ ଗାଡ଼ି ରଖି ଚାହା ପିଇବାକୁ ଓହ୍ଲାଉଥିବା ବେଳେ ପଛପଟୁ ଆଉ ଏକ ଗାଡ଼ି ତାଙ୍କୁ ଚଢାଇ ଦେଇ ପଳାଇଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପାଣିକୋଇଲି ପୁଲିସ ତାଙ୍କୁ ଉଦ୍ଧାର କରି ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶରତଙ୍କ ମୃତଶରୀରକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ