ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ସମବାୟ ବିଭାଗ ସାଂସ୍କୃତିକ ପରିଷଦର ନୂତନ ସଭାପତି ମନୋନୀତ ହୋଇଛନ୍ତି । ସର୍ବସମ୍ମତିକ୍ରମେ କେ ରବିକୁମାର ପରିଷଦର ନୂତନ ସଭାପତି ଭାବେ ମନୋନୀତ ହୋଇଛନ୍ତି। ସଭାପତି ଭାବେ ମନୋନୀତ ହେବା ପରେ ସେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
ଗୁରୁବାର ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପରିଷଦର ସାଧାରଣ ସମ୍ପାଦକ ଇଲାପ କୁମାର ସ୍ୱାଇଁ, ଉପ-ସଭାପତି ଶ୍ରୀନିବାସ ଲେଙ୍କା, ଯୁଗ୍ମ ସମ୍ପାଦକ ହରପ୍ରସାଦ ମହାପାତ୍ର, ସାଂସ୍କୃତିକ ସମ୍ପାଦକ ଯତୀନ୍ଦ୍ର କୁମାର ପ୍ରଧାନ, କ୍ରୀଡ଼ା ସମ୍ପାଦକ ଜ୍ୟୋତି ପ୍ରକାଶ ନାୟକ, କୋଷାଧ୍ୟକ୍ଷ ଜ୍ୟୋତିର୍ମୟୀ ଧିର , ଅଡ଼ିଟର୍ ରାଜଶ୍ରୀ ରାଉତ ଓ ପରିଷଦର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ପରିଷଦର ଉତରୋତର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କାର୍ଯ୍ୟ କରିବାକୁ ସାଧାରଣ ସମ୍ପାଦକ ଇଲାପ କୁମାର ସ୍ୱାଇଁ ନିବେଦନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା