ଜିଲ୍ଲା ବିଜେପି ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଂଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ବିଜେପି ପରିବାର ପକ୍ଷରୁ ଗୁରୁବାର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା ସେବା ପକ
ଜିଲ୍ଲା ବିଜେପି ପରିବାର ପକ୍ଷରୁ  ମେଗା ରକ୍ତଦାନ ଶିବିର ଅନୁଷ୍ଠିତ


ଜିଲ୍ଲା ବିଜେପି ପରିବାର ପକ୍ଷରୁ  ମେଗା ରକ୍ତଦାନ ଶିବିର ଅନୁଷ୍ଠିତ


ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଂଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ବିଜେପି ପରିବାର ପକ୍ଷରୁ ଗୁରୁବାର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା ସେବା ପକ୍ଷ ପରିପେକ୍ଷୀରେ ଉକ୍ତ ଶିବିର ଆୟୋଜିତ ହୋଇଛି। ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୬୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ସଭାପତି ବେଣୁଧର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉଷା କୁମାରୀ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ମିଶ୍ର, ମଣ୍ଡଳ ସଭାପତି ସୁମନ୍ତ ଜଗଦଲା, ଅଶୋକ ସାହୁ, ମୁକୁରୁ ବାଗ,ବରିଷ୍ଠ କାର୍ଯ୍ୟକର୍ତା ଶରତ ମିଶ୍ର, ବିପିନ ପଣ୍ଡା, ରମେଶ ପଣ୍ଡା,ବଳରାମ ସୁନା, ଯୁବମୋର୍ଚ୍ଚା ର ରୋହିତ ହୋତା, ବିପିନ ଭୋଇ, ଅନନ୍ତ ନାରାୟଣ ପୁରୋହିତ, ବିଶ୍ୱନାଥ ଥନାପତି, ରାମପ୍ରସାଦ କର୍ଣ୍ଣ, ସପନ ପଧାନ, ସଂଜୀବ ପଧାନ, ଅମିତ ଭୋଇ, ପଙ୍କଜ ନାୟକ, ସୁରୁବାବୁ ପଧାନ, ମିଥୁନ ଦାଶ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande