ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ୨୦୨୫ ବର୍ଷର ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲ ଠାରେ ଚଳିତ ୨୦୨୫ ବର୍ଷର ବରିଷ୍ଠ ନାଗରିକ ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ୨୦୨୫ ବର୍ଷର  ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲ ଠାରେ ଚଳିତ ୨୦୨୫ ବର୍ଷର ବରିଷ୍ଠ ନାଗରିକ ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଉପ- ଜିଲ୍ଲାପାଳ, ବୀରମହାରାଜପୁର, ଡେପୁଟି କଲେକ୍ଟର, ସୋନପୁର, ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସୋନପୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀମତୀ ଉଷାରାଣୀ ଦାଶ, ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ଉପଖଣ୍ଡରେ ଥିବା ସମସ୍ତ ବରିଷ୍ଠ ନାଗରିକ ସଂଘ ବା ଏସୋସିଏସନ୍‌ର ସଭାପତି ଓ ସମ୍ପଦକବୃନ୍ଦ, ଜିଲ୍ଲା ପଂଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସୁବର୍ଣ୍ଣପୁର, ଉପଖଣ୍ଡ ସ୍ତରିୟ ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସମସ୍ତ ପଂଚାୟତ ସମିତିର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କ ସମେତ ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତା, ବରିଷ୍ଠ ମହିଳା ଓ ଜିଲ୍ଲା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଥିଲେ। ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆସିଥିବା ନିର୍ଦ୍ଦେଶାବଳୀକୁ ବୈଠକରେ ସମସ୍ତଙ୍କ ଅବଗତ ନିମନ୍ତେ ଉପସ୍ଥାପନ କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ପଂଚାୟତ ସମିତି ଓ ଜିଲ୍ଲା ସ୍ତରରେ ବୈଠକ ବରିଷ୍ଟ ନାଗରିକ ଦିବସ ପାଳନ କରାଯିବ। ଏହି ଅବସରରେ ଜିଲ୍ଲା ବରିଷ୍ଟ ନାଗରିକ ସଂଘ ମାନଙ୍କ ସୁପାରିଶ କ୍ରମେ ଜୀବିତ ଥିବା ବରିଷ୍ଠ ନାଗରିକ ସ୍ୱାଧିନତା ସଂଗ୍ରାମୀ ଓ ଜିଲ୍ଲାର ବିଶିଷ୍ଟ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବ ପାଇଁ ନିର୍ଦ୍ଦେଶ ରହିଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଥିଲେ। ତେଣୁ, ପ୍ରସ୍ତୁତି ବୈଠକର ସମସ୍ତେ ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ, ସେ ବିଷୟରେ ବିଶଦ ଭାବରେ ଆଲୋଚନା କରାଗଲା। ବ୍ଲକ ସ୍ତରରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ କରିବା ପାଇଁ ନିଷ୍ପତି ହୋଇଛି। ତତ୍ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ଅନ୍ୟ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ କରି ବରିଷ୍ଠ ନାଗରିକମାନଙ୍କ ପରାମର୍ଶ କ୍ରମେ ଆଡମ୍ବର ସହକାରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବା ପାଇଁ ନିଷ୍ପତି ହୋଇଛି। ଶେଷରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande