ରୁଷିଆର କାମଚଟକାରେ ୭.୪ ତୀବ୍ରତାର ଭୂମିକମ୍ପ, ସୁନାମି ସତର୍କତା ଜାରି
ମସ୍କୋ 19 ସେପ୍ଟେମ୍ବର (ହି.ସ)- ରୁଷର କାମଚଟକା ପୂର୍ବ ଉପକୂଳରେ ଗୁରୁବାର ବିଳମ୍ବିତ ରାତିରେ ଭୁମିକମ୍ପ ଝଟକା ଅନୁଭୁତ ହୋଇଛି।ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ତୀବ୍ରମାପ କରାଯାଇଛି। ଏହି ଅଞ୍ଚଳରେ ସୁନାମୀର ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ମସ୍କୋର ସ୍ଥା
ରୁଷିଆର କାମଚଟକାରେ ୭.୪ ତୀବ୍ରତାର ଭୂମିକମ୍ପ, ସୁନାମି ସତର୍କତା ଜାରି


ମସ୍କୋ 19 ସେପ୍ଟେମ୍ବର (ହି.ସ)- ରୁଷର କାମଚଟକା ପୂର୍ବ ଉପକୂଳରେ ଗୁରୁବାର

ବିଳମ୍ବିତ ରାତିରେ ଭୁମିକମ୍ପ ଝଟକା ଅନୁଭୁତ ହୋଇଛି।ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪

ତୀବ୍ରମାପ କରାଯାଇଛି। ଏହି ଅଞ୍ଚଳରେ ସୁନାମୀର ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ମସ୍କୋର

ସ୍ଥାନୀୟ ଭୁଭୌତିକୀୟ ସଂସ୍ଥାନ ରିପୋର୍ଟ କରିଛି ଯେ କାମଚଟକା ଉପଦ୍ୱୀପର ପୂର୍ବ ଉପକୂଳରେ ୭.୪

ତୀବ୍ରତାର ଭୂମିକମ୍ପ ହୋଇଛି।ଏହାରି ମଧ୍ୟରେ ରୁଷ ବିଜ୍ଞାନ ଏକାଡେମୀ ଭୁଭୌତିକୀୟ ସର୍ବେକ୍ଷଣର

କାମଚଟକା ଶାଖା ଅନୁସାରେ ଭୁକମ୍ପ ଭାରତୀୟ ସମୟାନୁସାରେ ଗୁରୁବାର ବିଳମ୍ବିତ ରାତିରେ ୧୨:୨୮ ରେ (ସ୍ଥାନୀୟ ସମୟାନୁସାରେ ସକାଳ 6.58)

ହୋଇଥିଲା।

ଏହାର କେନ୍ଦ୍ରସ୍ଥଳ ଆଞ୍ଚଳିକ ରାଜଧାନୀ

ପେଟ୍ରୋପାଭଲୋଭସ୍କ-କାମଚଟସ୍କି ଠାରୁ ପ୍ରାୟ ୧୪୯ କିଲୋମିଟର ଦୂରରେ ୩୯ କିଲୋମିଟର ଗଭୀରତାରେ

ଅବସ୍ଥିତ ଥିଲା। ସ୍ଥାନୀୟ ଭୁଭୌତୀକୀୟ ସେବାରୁ

ମିଳିଥିବା ତଥ୍ୟ ଅନୁଯାୟୀ, ଭୂମିକମ୍ପ ପରେ ଅଞ୍ଚଳରେ ପ୍ରାୟ ଦଶଟି ପରବର୍ତ୍ତୀ

ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ପ୍ରାୟ ୫ ଥିଲା।

କାମଚାଟକାର ରାଜ୍ୟପାଳ ଭ୍ଲାଦିମିର ସୋଲୋଦୋବ ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଉପଦ୍ୱୀପର

ପୂର୍ବ ଉପକୂଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି ଏବଂ ବାସିନ୍ଦାଙ୍କୁ ସୂଚିତ କରାଯାଇଛି।

ସମସ୍ତ ଜରୁରୀକାଳୀନ ସେବାକୁ ହାଇ ଆଲର୍ଟରେ ରଖାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande