ଲକ୍ଷ୍ନୌ,୧୯ ସେପ୍ଟେମ୍ବର (ହି.ସ.)- ଉତର ପ୍ରଦେଶର ଭୂମି ପୁଣି ଥରେ ଅନ୍ତର୍ଜାତୀୟ ନିବେଶ ଏବଂ ସହଭାଗୀତା ପାଇଁ ଏକ ମଂଚ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୀତି ଏବଂ ନିବେଶ-ଅନୁକୂଳ ପରିବେଶ ପାଇଁ ରାଜ୍ୟ ବିଶ୍ୱ ସ୍ତରରେ ଦ୍ରୁତ ଗତିରେ ନିଜର ଅନନ୍ୟ ପରିଚୟ ପ୍ରତିଷ୍ଠା କରୁଛି । ଏହି ପରିପ୍ରେକ୍ଷୀରେ, ରୁଷ୍-ଭାରତ ବ୍ୟବସାୟିକ ଆଲୋଚନା ସେପ୍ଟେମ୍ବର ୨୬, ୨୦୨୫ରେ ଗ୍ରେଟର ନୋଏଡାର ଇଣ୍ଡିଆ ପ୍ରଦର୍ଶନୀ ମାର୍ଟରେ ୟୁପି ଇଂଟରନ୍ୟାସନାଲ ଟ୍ରେଡ୍ ଶୋ (ୟୁପିଆଇଟିଏସ) ସମୟରେ ଅନୁଷ୍ଠିତ ହେବ । ଚଳିତ ବର୍ଷ, ରୁଷ୍ ଏକ ଅଂଶୀଦାର ଦେଶ ଭାବରେ ଅଂଶଗ୍ରହଣ କରୁଛି, ଯାହା ଉତର ପ୍ରଦେଶ ଏବଂ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ନୂତନ ବ୍ୟବସାୟିକ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏବଂ ଆର୍ôଥକ ସମ୍ପର୍କକୁ ନୂତନ ଗତି ମିଳିବ ।
ରାଜ୍ୟ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଭାରତ ଏବଂ ରୁଷ୍ ମଧ୍ୟରେ ଆର୍ôଥକ ସମ୍ପର୍କକୁ ନୂତନ ପ୍ରେରଣା ପ୍ରଦାନ କରିବ ଏବଂ ବିଶ୍ୱସ୍ତରୀୟ ନିବେଶ କେନ୍ଦ୍ର ଭାବରେ ଉତର ପ୍ରଦେଶର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୃଷ୍ଟିକୋଣ ହେଉଛି ରାଜ୍ୟ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ପାଇଁ ପ୍ରଥମ ବିକଳ୍ପ ହେଉ । ଏହି ବ୍ୟବସାୟିକ ଆଲୋଚନା ସେହି ଦିଗରେ ଏକ ଐତିହାସିକ ପଦକ୍ଷେପ ପ୍ରମାଣିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ