ଇମ୍ଫାଲ ୧୯ ସେପ୍ଟେମ୍ବର (ହି.ସ.)-ମଣିପୁର ପୋଲିସ ଏବଂ ସୁରକ୍ଷା
ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଚୁରାଚାନ୍ଦପୁର, ତେଙ୍ଗନୌପାଲ ଏବଂ ଚନ୍ଦେଲ
ଜିଲ୍ଲାରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ଏହି ସମୟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ଉଦ୍ଧାର କରାଯିବା ସହ
ପ୍ରାୟ 6 ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ କେସୀପୀର ଚାରି,ପ୍ରୀପାକ
(ପ୍ରୋ)ର ଜଣେ ଏବଂ ସୋରେପାର ଜଣେ କ୍ୟାଡର ଅନ୍ତର୍ଭୁକ୍ତ।ମଣିପୁର ପୋଲିସ ଶୁକ୍ରାବର
ଏକ ବିବୃତ୍ତିରେ କହିଛି ଯେ ସୁରକ୍ଷା ବାହିନୀ ଇମ୍ଫାଲ ପୂର୍ବ ଜିଲ୍ଲାର ଏଣ୍ଡ୍ରୋ ପାର୍କିଂରୁ
ଜଣେ ସକ୍ରିୟ କେସୀପୀ (ପୀଡବ୍ଲୁଜୀ)ଏକ ସକ୍ରିୟ କ୍ୟାଡର ତାଓରେମ ତୋମଚୌ
ମୈତେଇ ଓରଫ ପେନା (୪୫)ଙ୍କୁ ଗିରଫ କରିଛି।ଏକ ପୃଥକ ଅଭିଯାନରେସୁରକ୍ଷା ବାହିନୀ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମସାଙ୍ଗ ପୋଲିସ
ଷ୍ଟେସନ ଅଞ୍ଚଳରୁ କେସୀପୀ (ପୀଡବ୍ଲୁଜୀ)ର ତିନି ଜଣ ସକ୍ରିୟ କ୍ୟାଡରଙ୍କୁ ଗିରଫ କରିଛି। ଗିରଫ କ୍ୟାଡରଙ୍କ
ପରିଚୟ ହେଲେ ଲିଶାଙ୍ଗଥେମ୍ ଟଣ୍ଡନ୍ ସିଂହ (34) ଓରଫ ଜନ୍, ଲିଶାଙ୍ଗଥେମ୍ ଆନନ୍ଦ ସିଂହ (34) ଏବଂ ହେଇଖମ୍
ହେମଚନ୍ଦ୍ର ସିଂହ (41) ଓରଫ ବୋଇନାଓକେ। ସେମାନଙ୍କ ନିକଟରୁ ଦୁଇଟି ଏସଏଲଆର ରାଇଫଲ୍, ଗୋଟିଏ ସଂଶୋଧିତ .303 ରାଇଫଲ୍, ଗୋଟିଏ ଇନ୍ସାସରାଇଫଲ୍, ଗୋଟିଏ ସଂଶୋଧିତ .303 ବାଇପଡ୍ ସହିତ
ରାଇଫଲ୍, ଗୋଟିଏ ଇନ୍ସାସ ଏଲଏମଜିମାଗାଜିନ୍, ତିନୋଟି ଇନ୍ସାସରାଇଫଲ୍ ମାଗାଜିନ୍, ଚାରିଟି 7.62 ଏସଏଲଆରରାଇଫଲ୍ ମାଗାଜିନ୍, ଗୋଟିଏ .303 ରାଇଫଲ୍ ମାଗାଜିନ୍, 27 .303 ରାଇଫଲ୍
କାର୍ଟ୍ରିଜ୍, 23 7.62 ଏମଏମ ଏସଏଲଆର କାର୍ଟ୍ରିଜ୍, 14 ଏକେ ରାଇଫଲ୍
କାର୍ଟ୍ରିଜ୍, 35 ଇନ୍ସାସ କାର୍ଟ୍ରିଜ୍, ତିନୋଟି ମୋବାଇଲ୍ ଫୋନ୍ ଏବଂ ତିନୋଟି ଆଧାର କାର୍ଡ ଜବତ
କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା