ହାଇଦ୍ରାବାଦ, ୧୯ ସେପ୍ଟେମ୍ବର (ହି.ସ.)- ଦକ୍ଷିଣ ଭାରତୀୟ ସିନେମାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି । ପ୍ରଖ୍ୟାତ ତାମିଲ ଅଭିନେତା ତଥା ହାସ୍ୟ ଅଭିନେତା ରୋବୋ ଶଙ୍କରଙ୍କ ଦେହାନ୍ତ ହୋଇଛି । କମଲ ହାସନ ଏବଂ ବିଜୟ ସେତୁପତିଙ୍କ ଭଳି କଳାକାରମାନେ ରୋବୋ ଶଙ୍କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ରୋବୋ ଶଙ୍କରଙ୍କ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ରିପୋର୍ଟ ଅନୁଯାୟୀ, ଗୁରୁବାର ଏକ ସୁଟିଂ ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିବା ସହ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା, ସେଠାରେ ଚିକିତ୍ସାଧିନ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରୋବୋ ଶଙ୍କରଙ୍କ ଅକାଳ ବିୟୋଗ ଚଳଚ୍ଚିତ୍ର ଶିଳ୍ପ ଏବଂ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ସମଗ୍ର ତାମିଲ ଚଳଚ୍ଚିତ୍ର ଶିଳ୍ପରେ ଶୋକ ଖେଳିଯାଇଛି, ଏବଂ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ନିରନ୍ତର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ