ରାଞ୍ଚିରେ ତିନି ଦିନିଆ ଡିଫେନ୍ସ ଏକ୍ସପୋର ହେଲା ଉଉଦଘାଟନ
ରାଞ୍ଚି ୧୯ସେପ୍ଟେମ୍ବର (ହି.ସ.)- ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଖେଲଗାଓଁ ସ୍ଥିତ ଟାନା ଭଗତ ଇଣ୍ଡୋର ଷ୍ଟାଡିୟମରେ ଶୁକ୍ରବାର ଦିନ ତିନି ଦିନିଆଇଷ୍ଟ ଟେକ୍ ସିମ୍ପୋଜିୟମ ୨୦୨୫ (ଡିଫେନ୍ସ ଏକ୍ସପୋ)ର ଭବ୍ୟ ଉଦଘାଟନ କରାଯାଇଛି। ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, ମୁଖ୍
ରାଞ୍ଚିରେ ତିନି ଦିନିଆ ଡିଫେନ୍ସ ଏକ୍ସପୋର ହେଲା ଉଉଦଘାଟନ


ରାଞ୍ଚି ୧୯ସେପ୍ଟେମ୍ବର

(ହି.ସ.)- ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଖେଲଗାଓଁ ସ୍ଥିତ ଟାନା ଭଗତ ଇଣ୍ଡୋର ଷ୍ଟାଡିୟମରେ ଶୁକ୍ରବାର ଦିନ ତିନି

ଦିନିଆଇଷ୍ଟ ଟେକ୍ ସିମ୍ପୋଜିୟମ ୨୦୨୫ (ଡିଫେନ୍ସ

ଏକ୍ସପୋ)ର ଭବ୍ୟ ଉଦଘାଟନ କରାଯାଇଛି। ରାଜ୍ୟପାଳ

ସନ୍ତୋଷ ଗଙ୍ଗୱାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଚିଫ ଅଫ ଡିଫେନ୍ସ

ଷ୍ଟାଫ (ସିଡିଏସ୍) ଜେନେରାଲ ଅନିଲ ଚୌହାନ, କେନ୍ଦ୍ର ରକ୍ଷା ରାଜ୍ୟ

ମନ୍ତ୍ରୀ ସଞ୍ଜୟ ସେଠ୍, ମୁଖ୍ୟ ସଚିବ ଅଳକା ତିୱାରୀ ସମେତ ଅନେକ ବିଶିଷ୍ଟ ସମ୍ମାନିତ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ

କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।କାର୍ଯ୍ୟକ୍ରମକୁ ଉଦବୋଧନ ଦେଇ ରାଜ୍ୟପାଳ ସନ୍ତୋଷ

କୁମାର ଗଙ୍ଗୱାର କହିଛନ୍ତି ଯେ ଇଷ୍ଟ ଟେକ୍ ସିମ୍ପୋଜିୟମ ୨୦୨୫ (ଡିଫେନ୍ସ ଏକ୍ସପୋ) ଐତିହାସିକ

ପଦକ୍ଷେପ। ସେ ଡିଫେନ୍ସ ଏକ୍ସପୋ ପାଇଁ କେନ୍ଦ୍ର

ରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠଙ୍କୁ ଅଭିନନ୍ଦନ

ଜଣାଇଥିଲେ।ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଝାଡ଼ଖଣ୍ଡ ୟୁରୋନିୟମରୁ

ସମ୍ପନ୍ନ ଅଟେ। ରାଜ୍ୟ ପରମାଣୁ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ଏକ ପ୍ରମୁଖ ଭୂମିକା ଗ୍ରହଣ

କରିପାରିବ। ଝାଡ଼ଖଣ୍ଡ ସରକାର ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ କେନ୍ଦ୍ର

ସରକାରଙ୍କ ସହିତ ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande