ନୂଆ ଦିଲ୍ଲୀ, ସେପ୍ଟେମ୍ବର 19 (ହି.ସ)- ଭାରତରେ ଆପଲ ଆଇଫୋନ ଉତ୍ସାହୀଙ୍କ ଅଭାବ ନାହିଁ। ଦେଶବ୍ୟାପୀ
ଆଇଫୋନ -17 ସିରିଜର ବିକ୍ରୟ ଶୁକ୍ରବାର ଆରମ୍ଭ ହୋଇଛି। ଆପଲର ନୂତନତମ
ସ୍ମାର୍ଟଫୋନ୍, ଆଇଫୋନ 17,ଆଇଫୋନ17ପ୍ରୋ, ଆଇଫୋନ17ପ୍ରୋ ମାକ୍ସ , ଏବଂ ନୂତନ ଆଇଫୋନ ଏୟର, ଲୋକମାନଙ୍କ ମଧ୍ୟରେ
ଅଧିକ ଚାହିଦା ରହିଛି।
ଆଇଫୋନ -17 କିଣିବାକୁ ଲୋକମାନେ ବହୁତ ଆଗ୍ରହୀ
।ମଧ୍ୟରାତ୍ରିରୁ ନୁଆଦିଲ୍ଲୀ ,ମୁମ୍ବାଇ,ବେଙ୍ଗାଲୁରୁ,ପୁଣେରେ ଆପଲ ଷ୍ଟୋର ବାହାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।
ଆପଲ ବିକେସୀ (ମୁମ୍ବାଇ) ଏବଂ ଆପଲ ସ୍ୟାକେତ (ଦିଲ୍ଲୀ) ରେ
ପ୍ରବେଶ କରିବା ପାଇଁ ମଧ୍ୟ ଲୋକମାନେ ଧାଡ଼ିରେ ଠିଆ ହୋଇଛନ୍ତି। ବେଙ୍ଗାଲୁରୁର ମଲ ଅଫ ଏସିଆରେ
ଖୋଲିଥିବା ଆପଲ ହେବଲଷ୍ଟୋରରେ ନୂତନତମ ଆପଲ
ଡିଭାଇସ୍ କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗ୍ରାହକମାନେ ଏପଲ-17 ସହିତ ଏପଲ ୱାଚ ଏବଂ
ଏୟାରପ୍ୟାଡସ ମଧ୍ୟ କିଣୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା