ଭାରତ ତାର ପଡୋଶୀଙ୍କ ସହିତ ସଂପର୍କ ମାମଲାରେ ଭାଗ୍ୟଶାଳୀ ନୁହେଁ- ରାଜନାଥ
ନୂଆଦିଲ୍ଲୀ, 19 ସେପ୍ଟେମ୍ବର (ହି.ସ.)-ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ 1965 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର 60 ବର୍ଷ ପୂର୍ଣ୍ଣ ହେବା ଅବସରରେ ସାଉଥ୍ ବ୍ଲକ୍‌ରେ ସେହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ ସୈନିକଙ୍କ ସହିତ ଶୁକ୍ରବାର ଦିନ ଆଲୋଚନା କରିଛନ୍ତି
ଭାରତ ତାର ପଡୋଶୀଙ୍କ     ସହିତ ସଂପର୍କ ମାମଲାରେ ଭାଗ୍ୟଶାଳୀ ନୁହେଁ- ରାଜନାଥ


ନୂଆଦିଲ୍ଲୀ, 19 ସେପ୍ଟେମ୍ବର (ହି.ସ.)-ପ୍ରତିରକ୍ଷାମନ୍ତ୍ରୀ

ରାଜନାଥ ସିଂହ 1965 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର 60 ବର୍ଷ ପୂର୍ଣ୍ଣ ହେବା ଅବସରରେ

ସାଉଥ୍ ବ୍ଲକ୍‌ରେ ସେହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ ସୈନିକଙ୍କ ସହିତ ଶୁକ୍ରବାର

ଦିନ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଭାରତ ପଡ଼ୋଶୀ ଦେଶମାନଙ୍କ ସହିତ ସମ୍ପର୍କରେ କେବେ ବି ଭାଗ୍ୟଶାଳୀ ନୁହେଁ, କିନ୍ତୁ ଆମେ ଏହାକୁ ନିୟତି ଭାବୁନାହୁଁ । କୌଣସି ଦେଶର ବାସ୍ତବିକ ଭାଗ୍ୟ

କ୍ଷେତ,

କାରଖାନା, ପ୍ରୟୋଗଶାଳା ଓ ରଣଭୂମିରେ ବୋହିଥିବା ଝାଳରୁ ନିର୍ମିତ ହୁଏ। ଭାରତ

ନିଜର ଭାଗ୍ୟ କାହାର ଭରସାରେ ଛାଡ଼େନି, ଭାରତ ନିଜ ଭାଗ୍ୟ ନିଜେ ଗଢ଼େ। ଏହାର ଏକ ଉଦାହରଣ ଅପେରେସନ୍ ସିନ୍ଦୂର

ସମୟରେ ପୁଣି ଥରେ ଦେଖାବାକୁ ମିଳିଥିଲା ।

ସେ କହିଛନ୍ତି ଯେ, 1965 ମସିହାର ଯୁଦ୍ଧ କୌଣସି ଛୋଟ ସଂଘର୍ଷ ନଥିଲା, ବରଂ ତାହା ଭାରତର ଶକ୍ତିର ଏକ ପରୀକ୍ଷା ଥିଲା। ସେ ସମୟର

ପରିସ୍ଥିତିକୁ ଦେଖି, ପାକିସ୍ତାନ ଭାବିଥିଲା ଯେ ଅନୁପ୍ରବେଶ

କିମ୍ବା ଗୁରିଲ୍ଲା ଆକ୍ରମଣ ଦ୍ୱାରା ସେ ଭାରତକୁ ଡରେଇଦେବ, କିନ୍ତୁ ଭାରତର ମାଟିରେ ବଢିଥିବା ପ୍ରତ୍ୟେକ ଯବାନ ଏହି ଭାବନା ସହିତ ବଢ଼ିଥାଏ ଯେ, କିଛି ବି ହେଉ ଏହି ଦେଶର ସଂପ୍ରଭୁତ୍ତ୍ୱ ଓ ଅଖଣ୍ଡତା ଉପରେ କୌଣସି

ଆଘାତ ଆସିବାକୁ ଦେବୁନି। ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ, କୌଣସି ଯୁଦ୍ଧ କେବଳ ରଣଭୂମିରେ ହିଁ ଲଢାଯାଏନି, ବରଂ ଯୁଦ୍ଧରେ ମିଳିଥିବା ବିଜୟ ଗୋଟିଏ ଜାତିର ସାମୂହିକ ସଂକଳ୍ପର

ପରିଣାମ ହୁଏ। ସେ କହିଛନ୍ତି ଯେ, ଭାରତ ପଡ଼ୋଶୀ ଦେଶମାନଙ୍କ

ସହିତ ସମ୍ପର୍କରେ କେବେ ବି ଭାଗ୍ୟଶାଳୀ ନଥିଲେ ବି, ଆମେ

ନିଜ ନିୟତି ନିଜେ ନିର୍ଦ୍ଧାରଣ କରିଛୁ, ଯାହାର ଏକ ତାଜା ଉଦାହରଣ

ହେଉଛି ଅପେରେସନ୍ ସିନ୍ଦୂର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande