ଲକ୍ଷ୍ନୌ, 19 ସେପ୍ଟେମ୍ବର (ହି.ସ.)
- ଆସନ୍ତା
ବିଜୟାଦଶମୀ ଦିନ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସ୍ଥାପନାର 100 ବର୍ଷ ପୂର୍ଣ୍ଣ ହେଉଛି ଓ ଏହାର
ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ 2 ଅକ୍ଟୋବରରୁ ଆରମ୍ଭ ହେବ। ଶତାବ୍ଦୀ ବର୍ଷ ଅବସରରେ ଆରଏସଏସ ବିଶ୍ୱର
ସବୁଠୁ ବଡ଼ ଗୃହସଂପର୍କ ଅଭିଯାନ ଆରମ୍ଭ କରିବ।
ଏହି ଅଭିଯାନ 20
ନଭେମ୍ବରରୁ 21 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ସଂଘର କାର୍ଯ୍ୟକର୍ତ୍ତାମାନେ ଦେଶର 6
ଲକ୍ଷ ଗ୍ରାମର 20 କୋଟି ପରିବାର ସହିତ ସଂପର୍କ ସ୍ଥାପନ କରିବେ। ଏହି ଅଭିଯାନ ଅଧିନରେ ପ୍ରାୟ 20
ଲକ୍ଷ ସ୍ୱଂୟସେବକ ଘରେ ଘରେ ଯାଇ ସଂପର୍କ କରିବେ।
କେବଳ ଉତ୍ତର ପ୍ରଦେଶରେ
ମାତ୍ର ସଂଘର ସ୍ୱଂୟସେବକମାନେ ଅଢେଇ କୋଟିରୁ ଅଧିକ ଘର ସହିତ ସଂପର୍କ କରିବେ। ଏହି ସଂପର୍କ
ଅଭିଯାନ ସମୟରେ ପ୍ରତ୍ୟେକ ଘରକୁ ଭାରତ ମାତାଙ୍କ ଛବି, ପତ୍ରିକା ଓ ସଂଘ ସାହିତ୍ୟ ବଣ୍ଟନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା