ଶିମଲା, 19 ସେପ୍ଟେମ୍ବର (ହି.ସ.)- ହିମାଚଳ ପ୍ରଦେଶରେ
ମୌସୁମୀ ବର୍ଷା ପୁଣିଥରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଗୁରୁବାର ମଧ୍ୟରାତିରେ କିନ୍ନୌର ଜିଲ୍ଲାର
ପ୍ରବେଶ ଦ୍ୱାର ତରଣ୍ଡା ପଞ୍ଚାୟତର ଥାଚ ଗ୍ରାମ ଉପରେ ଥିବା କଣ୍ଡେ ଅଞ୍ଚଳରେ ବାଦଲ ଫାଟିଛି। ଏହା
ଫଳରେ ଚାରିଟି ଛୋଟ ନଦୀରେ ହଠାତ୍ ଭୟଙ୍କର ବନ୍ୟା ଆସି ଗ୍ରାମରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି।
କ୍ଷେତ ଓ ବଗିଚା ଭାସିଯାଇଛି, ଦୁଇଟି ଗାଡ଼ି ବନ୍ୟାରେ ଫସିଥିବା ବେଳେ ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ି ଜଙ୍ଗଲକୁ
ପଳାଇଛନ୍ତି । ଦୁଇଜଣ ଲୋକଙ୍କର ଗାଡ଼ି ବନ୍ୟାରେ ଭାସିଯାଇଛି। ଥାଚ ଗ୍ରାମର ମସ୍ତାନ କଣ୍ଡେ ଥିବା
କଚ୍ଚା ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।ଅନେକ ଲୋକଙ୍କ ବଗିଚା ସଂପୂର୍ଣ୍ଣ ଭାବେ
ବିନଷ୍ଟ ହୋଇଯାଇଛି। ଗ୍ରାମ ଚାରିପାଖରେ ଥିବା ନାଳଗୁଡ଼ିକୁ ଆସିଥିବା ବନ୍ୟାରେ ତିନିଜଣ ଲୋକଙ୍କର
ଘର ମଧ୍ୟ ଭାଙ୍ଗି ପଡ଼ିବାର ସମ୍ଭାବନା ରହିଛି।
ବାଦଲ ଫାଟିବା ଫଳରେ ପାହାଡରୁ
ଖସିଥିବା ଧ୍ୱଂସାବଶେଷ ଜାତୀୟ ରାଜପଥକୁ ଆସିଛି ଓ ନିଗୁଲସରୀ ନିକଟରେ ଥିବା ଏହି ଜାତୀୟ ରାଜପଥ
ସଂପୂର୍ଣ୍ଣ ବ୍ଲକ୍ ହୋଇଯାଇଛି। ଶିମଲା ସହରରେ ମଧ୍ୟ ଭୂସ୍ଖଳନ ହେବା ଫଳରେ ପରିସ୍ଥିତି ଅଧିକ
ଗଭୀର ହୋଇଯାଇଛି। କାର୍ଟ ରୋଡ଼ ଅଞ୍ଚଳରେ ଥିବା ପ୍ରସିଦ୍ଧ ସେଣ୍ଟ ଏଡୱାର୍ଡ ସ୍କୁଲ୍ ସାମ୍ନାରେ
ହିମଲ୍ୟାଣ୍ଡ ଅଞ୍ଚଳରେ ବଡ଼ ଭୂସ୍ଖଳନ ଘଟିଛି। ପ୍ରଶାସନ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷା
ଦୃଷ୍ଟିରେ ସ୍କୁଲ୍କୁ ୨ ଦିନ (୧୯ ଓ ୨୦ ସେପ୍ଟେମ୍ବର) ପାଇଁ ବନ୍ଦ କରିଦିଆଯାଇଛି। ଭୂସ୍ଖଳନ
ଫଳରେ ମୁଖ୍ୟ ସଡ଼କ ବନ୍ଦ ହୋଇଯାଇଛି ଓ ଗାଡ଼ିଗୁଡ଼ିକୁ ବିକଳ୍ପ ରାସ୍ତା ଦ୍ୱାରା ଯିବାକୁ କୁହାଯାଉଛି
। ତିନି ଦିନ ପୂର୍ବରୁ ମଧ୍ୟ ହିମଲ୍ୟାଣ୍ଡ ଅଞ୍ଚଳରେ ବଡ଼ ଭୂସ୍ଖଳନ ଘଟିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା