ଲଣ୍ଡନ, 19 ସେପ୍ଟେମ୍ବର (ହି.ସ.)
- ବ୍ରିଟେନ୍ ଗସ୍ତରେ ଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଶୁକ୍ରବାର
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ୍କୁ ନେଇ
ଆଲୋଚନା କରିବେ। ଉଭୟଙ୍କ ମଧ୍ୟରେ ଏହି ଟେଲିଫୋନ କଥାବାର୍ତ୍ତା (ୱାଶିଙ୍ଗଟନ୍ ସମୟାନୁସାରେ ସକାଳ
9ଟାରେ) ହେବ। ଟ୍ୟାରିଫ୍ (ଶୁଳ୍କ) ସମସ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହା ଦୁଇ
ନେତାଙ୍କର ଏହି ବର୍ଷ ଜୁନ୍ ପରେ ପ୍ରଥମ ଟେଲିଫୋନ ଆଲୋଚନା ହେବ।
ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ସହିତ ମିଳିତ ପ୍ରେସ ସମ୍ମିଳନୀରେ ଟ୍ରମ୍ପ
କହିଛନ୍ତି ଯେ, ଉଭୟ ପକ୍ଷ ଟିକଟକ୍କୁ ନେଇ ଏକ ବୁଝାମଣାର ଅତ୍ୟନ୍ତ ନିକଟରେ
ପହଞ୍ଚିଯାଇଛନ୍ତି। ସେ କହିଛନ୍ତି ଯେ, ମୋତେ ମଧ୍ୟ ଟିକଟକ୍ ଭଲ ଲାଗେ। ସେ
ତାଙ୍କର ପୂର୍ବତନ ନିର୍ବାଚନୀ ଅଭିଯାନରେ ଟିକଟକ୍ର ଭୂମିକାକୁ ସ୍ୱୀକାର କରି କହିଛନ୍ତି ଯେ,
ଏହା
ମୋତେ ରାଷ୍ଟ୍ରପତି ନିର୍ବାଚନ ଜିତିବାରେ ସହଯୋଗ କରିଥିଲା। ଏହି ଆପ୍ ଯୁବ ମତଦାତାଙ୍କ ମଧ୍ୟରେ
ମୋତେ ବିଶେଷ ସଫଳତା ଦେଇଥିଲା। ସେ କହିଛନ୍ତି ଯେ, ସେ ରାଷ୍ଟ୍ରପତି ସିଙ୍କ
ସହିତ କଥାହେବେ ଯାହାଫଳରେ ଟିକଟକ୍କୁ ନେଇ କିଛି ଅନ୍ତିମ ନିଷ୍ପତି ହୋଇପାରିବ।
…..
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା