ମଧ୍ୟପ୍ରଦେଶ ଶୂନ୍ୟ ଆଧାରିତ ବଜେଟିଂ ଏବଂ ତିନି ବର୍ଷିଆ ରୋଲିଂ ବଜେଟ୍ ସହିତ ପ୍ରଥମ ରାଜ୍ୟ ହେବ
ଭୋପାଳ, ୦୨ ସେପ୍ଟେମ୍ବର (ହି.ସ.) – ମଧ୍ୟପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ବଜେଟକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପ୍ରତ୍ୟେକ କ୍ଷେତ୍ରରେ ନିବେଶ ଏବଂ ଜନକଲ୍ୟାଣ ଯୋଜନାକୁ ତ୍ୱରାନ୍ୱିତ କରିବ । ଏହା ସହିତ ବର୍ଦ୍ଧିତ ବଜେଟ ବ୍ୟବସ୍ଥାନରେ ବିଭାଗ ଗୁଡ଼ିକର ବଜେଟକୁ ଶୃ
ମଧ୍ୟପ୍ରଦେଶ ଶୂନ୍ୟ ଆଧାରିତ ବଜେଟିଂ ଏବଂ ତିନି ବର୍ଷିଆ ରୋଲିଂ ବଜେଟ୍ ସହିତ ପ୍ରଥମ ରାଜ୍ୟ ହେବ


ଭୋପାଳ, ୦୨ ସେପ୍ଟେମ୍ବର (ହି.ସ.) – ମଧ୍ୟପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ବଜେଟକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପ୍ରତ୍ୟେକ କ୍ଷେତ୍ରରେ ନିବେଶ ଏବଂ ଜନକଲ୍ୟାଣ ଯୋଜନାକୁ ତ୍ୱରାନ୍ୱିତ କରିବ । ଏହା ସହିତ ବର୍ଦ୍ଧିତ ବଜେଟ ବ୍ୟବସ୍ଥାନରେ ବିଭାଗ ଗୁଡ଼ିକର ବଜେଟକୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଏବେ ରାଜ୍ୟ ସରକାର ଆର୍ଥିକ ଶୃଙ୍ଖଳା ଏବଂ ଦୀର୍ଘକାଳୀନ ବିକାଶ ପାଇଁ ଏକ ଦୃଢ଼ ରଣନୀତି ପ୍ରସ୍ତୁତ କରି ଶୂନ୍ୟ ଆଧାରିତ ବଜେଟିଂ ଏବଂ ତିନି ବର୍ଷିଆ ରୋଲିଂ ବଜେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି ।

ଜନସମ୍ପର୍କ ଅଧିକାରୀ ସନ୍ତୋଷ ମିଶ୍ର ମଙ୍ଗଳବାର ଦିନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ଦ୍ରୁତ ଗତିରେ ଶିଳ୍ପାୟନ ଏବଂ ବିକାଶର ନୂତନ ଶିଖର ଆଡ଼କୁ ଅଗ୍ରସର ହେଉଛି । ରାଜ୍ୟ ସରକାରଙ୍କ ଧ୍ୟାନ କେବଳ ଆର୍ଥିକ ଅଭିବୃଦ୍ଧି ଉପରେ ନୁହେଁ ବରଂ ନିଯୁକ୍ତି ସୃଷ୍ଟି, ଭିତିଭୂମି ବିକାଶ ଏବଂ ସାମାଜିକ ନ୍ୟାୟ ଉପରେ ମଧ୍ୟ । ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଜଗଦୀଶ ଦେବଦା କହିଛନ୍ତି ଯେ, ଏହି ପଦକ୍ଷେପ ବିକାଶ ମଧ୍ୟପ୍ରଦେଶ ୨୦୪୭ ର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଏକ ଦୃଢ଼ ଭିତିଭୂମି ହେବ ଏବଂ ଦେଶର ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଏକ ମଡ଼େଲ ପ୍ରମାଣିତ ହେବ । ସେ କହିଥିଲେ ଯେ, ଶୂନ୍ୟ ଆଧାରିତ ବଜେଟ୍ ଏବଂ ତିନି ବର୍ଷିଆ ରୋଲିଂ ବଜେଟ୍ କେବଳ ରାଜ୍ୟ ଯୋଜନା ଗୁଡ଼ିକର ଏକ ଦୃଢ଼ ମୂଲ୍ୟାଙ୍କନକୁ ସକ୍ଷମ କରିବ ନାହିଁ, ବରଂ ପ୍ରତ୍ୟେକ ଖର୍ଚ୍ଚ ସମାଜର ଆବଶ୍ୟକତା ଏବଂ ରାଜ୍ୟର ପ୍ରାଥମିକତା ସହିତ ସିଧାସଳଖ ଯୋଡ଼ି ହେବ । ଏହି ପଦକ୍ଷେପ ମଧ୍ୟପ୍ରଦେଶକୁ ବିକଶିତ ଭାରତ ଏବଂ ବିକଶିତ ମଧ୍ୟପ୍ରଦେଶ ୨୦୪୭ ପାଇଁ ସବୁଠାରୁ ମଜବୁତ ମୂଳଦୁଆ ପ୍ରଦାନ କରିବ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande