ନୋଏଡାରେ ତିଆରି ହେବ ଭେଂଟିଲେଟର, ବିଦେଶୀ କମ୍ପାନୀ ଉପରେ ନିର୍ଭରତା ହେବ କମ୍‌
ଗୌତମବୁଦ୍ଧ ନଗର, ୦୨ ସେପ୍ଟେମ୍ବର(ହି.ସ.) – ଉତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାରେ ଏବେ ଭେଂଟିଲେଟର ତିଆରି ହେବ। ଏଥିପାଇଁ ଯମୁନା ବିକାଶ ପ୍ରାଧିକରଣ ତିନି ଏକର ଜମି ଆବଂଟିତ କରିବା ସମ୍ବନ୍ଧିତ ଏକ ପତ୍ର ନିର୍ମାଣକର୍ତା କମ୍ପାନୀ ମେଡ଼ିସିସ୍‌ର ପ୍ରବନ୍ଧନ ପ୍ରଦାନ କରାଯାଇଛି। ମେଡ଼ିସିସ୍ କମ୍ପାନୀ ପ୍ର
ନୋଏଡାରେ ତିଆରି ହେବ ଭେଂଟିଲେଟର, ବିଦେଶୀ କମ୍ପାନୀ ଉପରେ ନିର୍ଭରତା ହେବ କମ୍‌


ଗୌତମବୁଦ୍ଧ ନଗର, ୦୨ ସେପ୍ଟେମ୍ବର(ହି.ସ.) – ଉତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାରେ ଏବେ ଭେଂଟିଲେଟର ତିଆରି ହେବ। ଏଥିପାଇଁ ଯମୁନା ବିକାଶ ପ୍ରାଧିକରଣ ତିନି ଏକର ଜମି ଆବଂଟିତ କରିବା ସମ୍ବନ୍ଧିତ ଏକ ପତ୍ର ନିର୍ମାଣକର୍ତା କମ୍ପାନୀ ମେଡ଼ିସିସ୍‌ର ପ୍ରବନ୍ଧନ ପ୍ରଦାନ କରାଯାଇଛି। ମେଡ଼ିସିସ୍ କମ୍ପାନୀ ପ୍ରାୟ ୫୦୦ କୋଟି ଟଙ୍କାର ନିବେଶ କରି ନୋଏଡ଼ାରେ ଭେଂଟିଲେଟରର ନିର୍ମାଣ ଆରମ୍ଭ କରିବ। ନୋଏଡାରେ ଭେଂଟିଲେଟର ନିର୍ମାଣ ହେବାରୁ ବିଦେଶୀ କମ୍ପାନୀ ସହିତ ନିର୍ଯ୍ୟାତ କରିବାର ନିର୍ଭରତା କମ୍ ହେବ।

ଯମୁନା ବିକାଶ ପ୍ରାଧିକରଣର ସିଇଓ ରାକେଶ କୁମାର ସିଂ କହିଛନ୍ତି ଯେ ଭେଂଟିଲେଟର ନିର୍ମାଣ ଯମୁନା ସିଟିରେ ଆରମ୍ଭ ହେବା ମହତ୍ୱପୂର୍ଣ୍ଣ ଅଟେ। ନୋଏଡ଼ାର ଏକ କମ୍ପାନୀ ମେଡ଼ିସିସ୍ ଏଠାରେ ପ୍ରାୟ ୫୦୦ କୋଟି ଟଙ୍କାର ନିବେଶ କରି ଭେଂଟିଲେଟରର ନିର୍ମାଣ ଆରମ୍ଭ କରିବ। ଏଥିପାଇଁ ତିନି ଏକର ଜମି ଆବଂଟିତ କରାଯାଇଛି। ଏନ୍‌ସିଆର୍‌ରେ ଭେଂଟିଲେଟରର ନିର୍ମାଣ ଆରମ୍ଭ ହେବାରୁ ଏଠାରେ ରୋଗୀମାନଙ୍କ ପାଇଁ ଲାଇଫ୍ ସପୋର୍ଟର ସୁବିଧା ସୁଗମ ହୋଇପାରେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande