ନୂଆଦିଲ୍ଲୀ, ୦2 ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିହାର ରାଜ୍ୟ ଜୀବିକା ନିଧି ଶାଖା ସହକାରୀ ସଂଘ ଲିମିଟେଡର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ସସ୍ଥାର ବ୍ୟାଙ୍କ ଖାତାରେ ୧୦୫ କୋଟି ଟଙ୍କା ମଧ୍ୟ ହସ୍ତାନ୍ତରିତ କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜୀବିକା ନିଧିର ସ୍ଥାପନାର ଉଦ୍ଦେଶ୍ୟ ଜୀବିକା ସହିତ ଯୋଡ଼ିଥିବା ସାମୁଦାୟିକ ସଦସ୍ୟଙ୍କୁ ଶସ୍ତା ସୁଧରେ ସହଜରେ ଧନ ଉପଲବ୍ଧ କରିବା । ଜୀବିକାର ସମସ୍ତ ପଂଜିକୃତ କଲଷ୍ଟର-ସ୍ତରୀୟ ଫେଡେରେଶନ ଏହି ସଂସ୍ଥାର ସଦସ୍ୟ କରିବେ । ଏହି ସଂସ୍ଥାର ସଂଚାଳନ ପାଇଁ ବିହାର ସରକାର ଏବଂ କେନ୍ଦ୍ର ସରକାର ଦୁହେଁ ଧନରାଶିର ଯୋଗଦାନ କରିବେ ।
ଗତ କିଛି ବର୍ଷରେ ଜୀବିକାର ସ୍ୱଂୟ ସହାୟତା ସମୁହ ସହିତ ଯୋଡ଼ିଥିବା ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାର ବିକାଶ ହୋଇଛି, ଯେଉଁ ଗ୍ରାମୀଣ କ୍ଷେତ୍ରରେ କେତେକ ଲଘୁ ଉଦ୍ୟୋଗୀ ଏବଂ ଉତ୍ପାଦକ କମ୍ପାନୀର ସ୍ଥାପନା ହୋଇଛି । ତେବେ ମହିଳା ଉଦ୍ୟମିଙ୍କୁ ୧୮ ପ୍ରତିଶତ ୨୪ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁଧ ବାଲା ସୂକ୍ଷ୍ମ ଅର୍ଥ ସଂସ୍ଥାନ ଉପରେ ନିର୍ଭର ରହିବାକୁ ପଡ଼ିଥିଲା । ଜୀବିକା ନିଧିକୁ ସୂକ୍ଷ୍ଢ଼ ଅର୍ଥ ସଂସ୍ଥାନ ଉପରେ ନିର୍ଭରତା କମ୍ କରିବା ଏବଂ କମ୍ ସୁଧରେ ସମୟରେ ବଡ଼ ଋଣ ରାଶିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏକ ବୈପ୍ଲବିକ ଅର୍ଥ ପ୍ରଣାଳୀ ରୂପେ ତିଆରି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ