ନୂଆଦିଲ୍ଲୀ, ୨ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି କ୍ରେଡିଟ୍ ସମବାୟ ୟୁନିଅନ୍ ଲିମିଟେଡ୍ ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସଂସ୍ଥାର ବ୍ୟାଙ୍କ ଆକାଉଂଟକୁ ୧୦୫ କୋଟି ଟଙ୍କା ହସ୍ତାନ୍ତରିତ କରିଛନ୍ତି ।
ଏହି ଅବସରରେ, ପାଟନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଉପସ୍ଥିତ ଥିଲେ । ସାରା ବିହାରରୁ ପ୍ରାୟ ୨୦ ଲକ୍ଷ ମହିଳା ଏହି କାର୍ଯ୍ୟକ୍ରମ ଦେଖିଥିଲେ ।
ଜୀବିକା ନିଧି ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଜୀବିକା ସହିତ ଜଡ଼ିତ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ସୁଲଭ ସୁଧ ହାରରେ ପାଣ୍ଠି ସହଜରେ ଉପଲବ୍ଧ କରିବା । ଜୀବିକାର ସମସ୍ତ ପଞ୍ଜିକୃତ କ୍ଲଷ୍ଟର-ସ୍ତରୀୟ ଫେଡେରେସନ୍ ଏହି ସଂସ୍ଥାର ସଦସ୍ୟ ହେବେ । କେନ୍ଦ୍ର ସରକାର ସହିତ ବିହାର ସରକାର ମଧ୍ୟ ସଂସ୍ଥାର ପରିଚାଳନା ପାଇଁ ପାଣ୍ଠି ଯୋଗାଇ ଦେବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ