ଉତର ପ୍ରଦେଶର ଆଲୀଗଡ଼ରେ ଅବୈଧ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟରୀର ପର୍ଦ୍ଦାଫାଶ, ତିନି ଗିରଫ
ନୂଆଦିଲ୍ଲୀ, ୦୨ ସେପ୍ଟେମ୍ବର(ହି.ସ.) – ଦିଲ୍ଲୀର ସରାୟ ରୋହିଲ୍ଲା ଥାନା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ କରି ଉତର ପ୍ରଦେଶରେ ଆଲୀଗଡ଼ ଜିଲ୍ଲାର ଜଟ୍ଟାରୀ ପିଶାୱା ଅଂଚଳରେ ଜମିରେ ହୋଇଥିବା ଅବୈଧ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟରୀର ପର୍ଦ୍ଦାଫାଶ କରିଛି। ଏହି ସମୟରେ ପୋଲି ତିନି ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାସ୍ଥଳ
ଉତର ପ୍ରଦେଶର ଆଲୀଗଡ଼ରେ ଅବୈଧ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟରୀର ପର୍ଦ୍ଦାଫାଶ, ତିନି ଗିରଫ


ନୂଆଦିଲ୍ଲୀ, ୦୨ ସେପ୍ଟେମ୍ବର(ହି.ସ.) – ଦିଲ୍ଲୀର ସରାୟ ରୋହିଲ୍ଲା ଥାନା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ କରି ଉତର ପ୍ରଦେଶରେ ଆଲୀଗଡ଼ ଜିଲ୍ଲାର ଜଟ୍ଟାରୀ ପିଶାୱା ଅଂଚଳରେ ଜମିରେ ହୋଇଥିବା ଅବୈଧ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟରୀର ପର୍ଦ୍ଦାଫାଶ କରିଛି। ଏହି ସମୟରେ ପୋଲି ତିନି ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାସ୍ଥଳରୁ ପ୍ରଚୁର ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ କଂଚା ମାଲ ଜବତ କରିଛି।

ଦିଲ୍ଲୀର ଉତର ଜିଲ୍ଲାର ପୋଲିସ୍ ଉପାୟୁକ୍ତ ରାଜା ବାଂଠିୟାଙ୍କ ଅନୁଯାୟୀ, ଜବତରେ ୬ ଦେଶୀ କଟ୍ଟା, ୧୨ ଅଧବନେ ପିସ୍ତଲ, ୬ ଜୀବନ୍ତ କାରତୁସ, ୫ ଖାଲି କାରତୁସ, ୧୩ ବୈରଲ, ୪୪ ଛୋଟ ବୌରଲ, ୧୨ ପାଇପ, ୩ ବଡ଼ ବୈରଲ ପାଇପ ଏବଂ ଅସ୍ତ୍ରଶସ୍ତ ତିଆରିରେ ବ୍ୟବହାର ହେଉଥିବା ମେସିନ୍ ସାମିଲ ଅଛି। ଏହାବ୍ୟତୀତ ୨୫୦ରୁ ଅଧିକ ପିସ୍ତଲ ତିଆରି କଂଚାମାଲ ମଧ୍ୟ ଜବତ କରାଯାଇଛି। ସେ କହିଛନ୍ତି ଯେ ମାମଲାର ଆରମ୍ଭ ୧୧/୧୨ ଅଗଷ୍ଟର ରାତିରେ ହୋଇଛି, ଯେତେବେଳେ ସରାୟ ରୋହିଲ୍ଲା ଅଂଚଳରେ ଏକ ଯୁବକ ଉପରେ ଫାୟାରିଂର ଘଟଣା ହୋଇଛି। ଏହି ମାମଲାରେ ସାମିଲ ନାବାଳିକ ଅଭିଯୁକ୍ତକୁ ପଚରାଉଚୁରା ସମୟରେ ଜଣାପଡ଼ିଛି ଯେ ସେ ଅସ୍ତ୍ରଶସ୍ତ୍ର ଅଲିଗଡ଼ ନିବାସୀ ବିଜୟ ଓରଫ ବଂଟି ଠାରୁ କିଣାଯାଇଥିଲା। ଏହାପରେ ପୋଲିସ୍‌ର ଯାଂଚର ସୀମା ଉତର ପ୍ରଦେଶ ପର୍ଯ୍ୟନ୍ତ ବଢ଼ାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande