ନୂଆଦିଲ୍ଲୀ, 2 ସେପ୍ଟେମ୍ବର (ହି.ସ.)- ଅପରେସନ୍ ସିନ୍ଦୂର ଜାରି ରହିଥିବା ବେଳେ ଆରବ ସାଗର ଉପରେ ଭାରତ-ପାକିସ୍ତାନ
ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ପ୍ରକାରର ସେନା ଅଭ୍ୟାସ ବଢ଼ାଇଛି। ବର୍ତ୍ତମାନ ଭାରତୀୟ
ବାୟୁସେନା ମଙ୍ଗଳବାର ଠାରୁ ଗୁଜରାଟ ଓ ରାଜସ୍ଥାନ ନିକଟସ୍ଥ ଆରବ ସାଗର ଅଞ୍ଚଳରେ ଦୁଇ ଦିନିଆ
ସେନା ଅଭ୍ୟାସ ଆରମ୍ଭ କରିଛି।
ଏହି ଅଭ୍ୟାସ 2 ସେପ୍ଟେମ୍ବରର ସକାଳ 11ଟା ଠାରୁ ଆରମ୍ଭ ହୋଇଛି ଓ ଏହା 3 ସେପ୍ଟେମ୍ବର ବେଳକୁ
2ଟା ପର୍ଯ୍ୟନ୍ତ ଚାଲିବ। ଏହି ବାୟୁସେନା ଅଭ୍ୟାସ ଅଞ୍ଚଳ ପାକିସ୍ତାନର କରାଚି ତଟରୁ କେବଳ 200
ସମୁଦ୍ର ମିଲ୍ ଦୂର ଓ ପାକିସ୍ତାନ-ନିୟନ୍ତ୍ରିତ ବାୟୁ ଅଞ୍ଚଳରୁ 70 ସମୁଦ୍ର ମିଲ୍ ନିକଟରେ
ଅବସ୍ଥିତ।
ଭାରତୀୟ ବାୟୁସେନାଅନୁସାରେ ଏହାଏକ ନିୟମିତ ଅଭ୍ୟାସଓ ଏହା ପାଇଁ ପୂର୍ବରୁନୋଟମ୍ ଜାରି କରାଯାଇଥିଲା।
ନୋଟମ୍ ହେଉଛି ଏକ ବିଶେଷ ପ୍ରକାରର ତଥ୍ୟ ଅଥବା ଚେତାବନୀ, ଯାହା ବିମାନ ଚଳାଚଳ ସହିତ ସଂପୃକ୍ତ ବ୍ୟକ୍ତିମାନେଙ୍କୁକୌଣସି ବିଶେଷ ସ୍ଥାନ କିମ୍ବା ପରିସ୍ଥିତି ସଂପର୍କରେ ଅଗ୍ରିମ ତଥ୍ୟଦିଏ, ଯାହା ସାଧାରଣ ପ୍ରକାଶନ
ମାଧ୍ୟମରେ ସମୟରେ ଉପଲବ୍ଧ ହେବା ଅସମ୍ଭବ। ନୋଟମ୍ ର ଉଦ୍ଦେଶ୍ୟ ହେଉଛି ଜଣେ ପାଇଲଟ୍ କିମ୍ବା
ବିମାନ ଚଳାଚଳ ସଂପୃକ୍ତ ବ୍ୟକ୍ତିଙ୍କୁ ଏହିପରି ଅସାଧାରଣ
ଅବସ୍ଥା ବିଷୟରେ ସୂଚିତ କରିବା, ଯାହା ଜାତୀୟ ବାୟୁ ଅଞ୍ଚଳ
ବ୍ୟବସ୍ଥାପନାକୁ ପ୍ରଭାବିତ କରିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା