ଆଫଗାନିସ୍ତାନର କୁନାରରେ ବିନାଶକାରୀ ଭୂକମ୍ପରେ 8ଶହରୁ ଅଧିକ ମୃତ, ରେସକ୍ୟୁ ବାଧାପ୍ରାପ୍ତ, ଭାରତ-ଚୀନ ପକ୍ଷରୁ ସହାୟତା
କାବୁଲ, 2 ସେପ୍ଟେମ୍ବର (ହି.ସ.)-ଆଫଗାନିସ୍ତାନର କୁନାର ପ୍ରାନ୍ତରେ ରବିବାର ବିଳମ୍ବିତ ରାତିରେ ହୋଇଥିବା 6.0 ତୀବ୍ରତାର ଭୂକମ୍ପ ଭୟଙ୍କର ବିପର୍ଯ୍ୟୟ ଘଟାଇଛି। ଏପର୍ଯ୍ୟନ୍ତ 800 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି, ଏଥିରେ 2800 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପର
ଆଫଗାନିସ୍ତାନର କୁନାରରେ     ବିନାଶକାରୀ ଭୂକମ୍ପରେ 8ଶହରୁ ଅଧିକ ମୃତ, ରେସକ୍ୟୁ ବାଧାପ୍ରାପ୍ତ, ଭାରତ-ଚୀନ ପକ୍ଷରୁ ସହାୟତା


କାବୁଲ, 2 ସେପ୍ଟେମ୍ବର (ହି.ସ.)-ଆଫଗାନିସ୍ତାନର

କୁନାର ପ୍ରାନ୍ତରେ ରବିବାର ବିଳମ୍ବିତ ରାତିରେ ହୋଇଥିବା 6.0 ତୀବ୍ରତାର ଭୂକମ୍ପ ଭୟଙ୍କର ବିପର୍ଯ୍ୟୟ

ଘଟାଇଛି। ଏପର୍ଯ୍ୟନ୍ତ 800 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି,

ଏଥିରେ 2800 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପର

କେନ୍ଦ୍ର ଜଲାଲାବାଦ ଠାରୁ ପ୍ରାୟ 27 କି.ମି. ଦୂରରେ ଥିଲା। ଏହାପରେ 5.2 ତୀବ୍ରତାର ଦୁଇଟି

ଅନ୍ୟାନ୍ୟ ଝଟକା ମଧ୍ୟ ଅନୁଭବ କରାଯାଇଛି। ସରକାରୀ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦଙ୍କଅନୁଯାୟୀ,

ପୂର୍ବ ଆଫଗାନିସ୍ତାନରେ ଆସିଥିବା ଏହି ଭୂକମ୍ପରେ ଅତି

କମରେ 812 ଜଣଙ୍କର ମୃତ୍ୟୁ ଓ 2,817 ଲୋକ ଆହତ ହୋଇଛନ୍ତି।

ସମ୍ପୂର୍ଣ୍ଣ ଗ୍ରାମ ଧ୍ଵଂସ, ଉଦ୍ଧାର କାମରେ ବାଧା

ତାଲିବାନ ସରକାର ଅନୁସାରେ,

ନୁର୍ଗଲ୍, ସାୱକି,

ଭାଟପୁର୍, ମନୋଗି, ଚୌକେ ଓ ଚାପା ଦାରା

ଅଂଚଳଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅନେକ ଗ୍ରାମ ସମ୍ପୂର୍ଣ୍ଣ ଭାବେ ମାଟି ତଳେ ଦବିଯାଇଛି

। ଜଣେ ବରିଷ୍ଠ ତାଲିବାନ ଅଧିକାରୀ ବିବିସିକୁ କହିଛନ୍ତି, “ବିପର୍ଯ୍ୟୟର କଳ୍ପନା କରିହେବ ନାହିଁ। ଆମର ପ୍ରାଥମିକତା ମୃତଦେହ ବାହାର କରିବା ନୁହେଁ,

ବରଂ ବଞ୍ଚିଥିବା ଲୋକମାନଙ୍କୁ ଉଦ୍ଧାର କରିବା।”

ଭୂସ୍ଖଳନ ଓ ଲଗାତାର ବୃଷ୍ଟି ଯୋଗୁଁ ଅଧିକାଂଶ ସଡ଼କ

ବନ୍ଦ ହୋଇଯାଇଛି, ଫଳରେ ଉଦ୍ଧାର ଟିମ୍‌ମାନେ

ହେଲିକପ୍ଟର ମାଧ୍ୟମରେ କାମ କରୁଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ 420 ଆହତ ଓ ମୃତ ଲୋକଙ୍କୁ

ହେଲିକପ୍ଟର ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଛି।

ମାନବିକ ସଂକଟ ଗଭୀର,

ଅନ୍ତର୍ଜାତୀୟ ସାହାଯ୍ୟ ଧୀମା

ମିଳିତ ଜାତିସଂଘର ଏକ

ରିପୋର୍ଟ ଅନୁସାରେ, ଆଫଗାନିସ୍ତାନ

ପୂର୍ବରୁ ହିଁ ଗଭୀର ମାନବିକ ସଂକଟର ସମ୍ମୁଖୀନ ହେଉଛି, ଯେଉଁଠାରେ ଅଧାରୁ ଅଧିକ ଜନସଂଖ୍ୟାକୁ ତୁରନ୍ତ ସାହାଯ୍ୟର ଆବଶ୍ୟକତା ଅଛି। ସ୍ଥାନୀୟ

କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ବିଦେଶୀ ସରକାର ପକ୍ଷରୁ ସିଧାସଳଖ ଭାବରେ ବଡ଼ ପରିମାଣର ସାହାଯ୍ୟ

ପଠାଯାଇନାହିଁ।

ହେଲେ ଭାରତ 1,000 ଟି ପରିବାର ଟେଣ୍ଟ କାବୁଲକୁ ପଠାଇଛି ଓ 15 ଟନ ଖାଦ୍ୟ ସାମଗ୍ରୀ

କୁନାରକୁ ପଠାଇବା ପ୍ରକ୍ରିୟାରେ ଅଛି। ଏଥିପାଇଁ ଭାରତ ଘୋଷଣା କରିଛନ୍ତି ଯେ,

ମଙ୍ଗଳବାରରୁ ଅଧିକ ରିଲିଫ ସାମଗ୍ରୀ ପଠାଯିବ। ଏହି ଅବସରରେ

ଚୀନ୍ ମଧ୍ୟ ଘୋଷଣା କରିଛି ଯେ, ଆବଶ୍ୟକତା ଅନୁଯାୟୀ ସାହାଯ୍ୟ ଦିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande