ଚିତ୍ରଦୁର୍ଗ, 2 ସେପ୍ଟେମ୍ବର (ହି.ସ.)- ପ୍ରବର୍ତ୍ତନ ନିଦେଶାଳୟ କର୍ଣ୍ଣାଟକର ଚିତ୍ରଦୁର୍ଗରୁ କଂଗ୍ରେସ ବିଧାୟକ
ବୀରେନ୍ଦ୍ର ପପ୍ପୀଙ୍କ ଘରେ ମଙ୍ଗଳବାର ଦିନ ପୁଣିଥରେ ରେଡ୍ କରିଛି। ବିଧାୟକ ବର୍ତ୍ତମାନ ଇଡି ହେପାଜତରେ
ଅଛନ୍ତି । ତାଙ୍କ ଉପରେ ଅନଲାଇନ୍ ସଟ୍ଟାବାଜି ଓ ମନି
ଲଣ୍ଡରିଂର ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଇଡିଅଧିକାରୀମାନେ
ବୀରେନ୍ଦ୍ରଙ୍କ ଚିତ୍ରଦୁର୍ଗର ଚଲ୍ଲକେରେ ସ୍ଥିତ ପୁରୁଣା ଘରେ ତଲାସୀ ନେଇଛନ୍ତି। ସେଠାରେ ଥିବା
ଦସ୍ତାବିଜ ଯାଞ୍ଚ କରାଯାଇଛି ଓ ନୂଆ ସାକ୍ଷ୍ୟ ଖୋଜାଯାଉଛି। ଇଡି ଅଧିକାରୀମାନେ ଘର ଭିତରେ ଥିବା
ଚାରିଟି ଲକଜୁରୀ କାର ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା