ଜମ୍ମୁ, 2 ସେପ୍ଟେମ୍ବର (ହି.ସ.)- ବନିହାଲ ଓ ଏହାର
ଆଖପାଖ ସେକ୍ଟରଗୁଡ଼ିକରେ ମଙ୍ଗଳବାର ଦିନ ଲଗାତର ବର୍ଷା କାରଣରୁ ପୁନର୍ବାର ଜମ୍ମୁ-ଶ୍ରୀନଗର
ଜାତୀୟ ରାଜପଥରେ ଯାତାୟାତ ବାଧାଗ୍ରସ୍ତ ହୋଇଛି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ,
ସୁରକ୍ଷା କାରଣରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କିଛି
ଅଞ୍ଚଳରେ ସାମାନ୍ୟ ଭୂସ୍ଖଳନ ଓ ପାହାଡ଼ରୁ ଶିଳାଖଣ୍ଡ ଖସି ପଡ଼ିବା ଘଟଣାର ଖବର ମିଳିଛି,
ଯାହା ଯାତ୍ରୀମାନଙ୍କର ସୁରକ୍ଷା ନେଇ ଚିନ୍ତା
ବଢ଼ାଇଛି। ଟ୍ରାଫିକ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ରାଜପଥ ଯାହା ଗତ କିଛି ଦିନ ଧରି ବନ୍ଦ ଥିବା ପରେ ଗତକାଲି ଆଂଶିକ ଭାବେ ଖୋଲାଯାଇଥିଲା,
ତାହା ଅବିରତ ବୃଷ୍ଟି ହେଉଥିବାରୁ ଆଜି ଖୋଲାଯିବନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା