ନୂଆଦିଲ୍ଲୀ, 2 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଉପରେ କଡା ଆକ୍ରମଣ
କରି କହିଛନ୍ତି ଯେ, ସେମାନେ ମୋର ସ୍ୱର୍ଗତ ମାଆଙ୍କ ଅପମାନ କରିଛନ୍ତି ଓ ଏହା କେବଳ
ମୋର ମାଆଙ୍କୁ ନୁହେଁ, ଦେଶର କୋଟି କୋଟି
ମାଆ, ଭଉଣୀ ଓ ଝିଅମାନଙ୍କ ଅପମାନ।
ପ୍ରଧାନମନ୍ତ୍ରୀ କହିଛନ୍ତି
ଯେ ସେ ବ୍ୟକ୍ତିଗତ ଭାବେ ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କୁ କ୍ଷମା କରିପାରନ୍ତି, କିନ୍ତୁ ବିହାରର ଜନତା ମୋର ମାଆଙ୍କ ଅପମାନକୁ କେବେ ବରଦାସ୍ତ କରିବେ ନାହିଁ।
ପ୍ରଧାନମନ୍ତ୍ରୀ ଏହି
ମନ୍ତବ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ
ଲିମିଟେଡ୍ ର ଉଦ୍ଘାଟନ ବେଳେ କହିଛନ୍ତି। ଏହି ଅବସରରେ ସେ ଏହି ସଂସ୍ଥାର ବ୍ୟାଙ୍କ ଖାତାକୁ 105
କୋଟି ଟଙ୍କା ମଧ୍ୟ ହସ୍ତାନ୍ତର କରିଛନ୍ତି।
ଏହି କାର୍ଯ୍ୟକ୍ରମରେ
ଲକ୍ଷାଧିକ ମହିଳା ଉପସ୍ଥିତ ଥିଲେ ଓ ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ସଂବାଦ କରିଥିଲେ,
ଏବଂ ଏହି ସମୟରେ ସେ ଅନେକଥର ଭାବୁକ ହୋଇପଡ଼ିଥିଲେ।
ସେ ତାଙ୍କର ଉଦ୍ବୋଧନ ଆରମ୍ଭ
କରି କହିଥିଲେ ଯେ, ବିହାରର ମାଟି ହେଉଛି ମାତୃଶକ୍ତିର ପୂଜା କରାଯାଉଥିବା ଧରିତ୍ରୀ। ଏଠି
ଛଟ୍ ମହାପର୍ବ ଓ ସତବହିନୀ ପୂଜା ପରମ୍ପରା ନାରୀ ସମ୍ମାନର ପ୍ରତୀକ। ଏମିତି ପବିତ୍ର ଭୂମିରେ
କଂଗ୍ରେସ ଓ ଆରଜେଡିର ମଞ୍ଚରୁ ମୋର ସ୍ୱର୍ଗତ ମାଆଙ୍କ ବିପରୀତ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଛି। ଏହି କେବଳ ମୋର ମାଆଙ୍କ
ଅପମାନ ନୁହେଁ, ଏହି ଦେଶର ପ୍ରତ୍ୟେକ ମାଆ, ପ୍ରତ୍ୟେକ ଭଉଣୀ, ପ୍ରତ୍ୟେକ ଝିଅଙ୍କ
ଅପମାନ। ଭାରତ ମାତାର ସନ୍ତାନମାନେ ଏହା କେବେ ବରଦାସ୍ତ କରିପାରିବେ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା